Masthead

ଭାରତ-ଚାଇନା ସୀମା ବିବାଦ, ଭାରତ ପାଇଁ ଚିନ୍ତାର ବିଷୟ: ମନୋଜ ପାଣ୍ଡେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ-ଚାଇନା ସୀମା ବିବାଦ, ଭାରତ ପାଇଁ ଚିନ୍ତାର ବିଷୟ କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଯେକୌଣସି ପରିସ୍ଥିତିରେ ଚାଇନା ସହ ମୁକାବିଲା ପାଇଁ ଆମେ ପ୍ରସ୍ତୁତ । ଭାରତ ଏବଂ ଚାଇନା ମଧ୍ୟରେ ପୁଣି ଥରେ ତିକ୍ତତା ଦେଖାଦେଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ଚାଇନା ଏଲଏସି (ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ) ଉପରେ ପ୍ରୋଟୋକଲ ଉଲ୍ଲଂଘନ ଦୁଇ ଦେଶ ମଧ୍ୟରେ ତିକ୍ତତାର ସବୁଠାରୁ ବଡ଼ କାରଣ । ଯେକୌଣସି ପରିସ୍ଥିତିରେ ଚାଇନା ସହ ମୁକାବିଲା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଜେନେରାଲ ପାଣ୍ଡେ ସାବିତ୍ରୀ ବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ ଏବଂ ନୂଆଦିଲ୍ଲୀରେ ଚାଇନା ଆନାଲିସିସ ଆଣ୍ଡ ଷ୍ଟ୍ରାଟେଜୀ ଦ୍ୱାରା ଆୟୋଜିତ ଦ୍ୱିତୀୟ ରଣନୀତିକ କଥାବାର୍ତ୍ତାରେ ଭାଗ ନେଇଥିଲେ। ସେ ଚାଇନାର ସୁଧାର ଏବଂ ବିଶ୍ୱ ଉପରେ ଏହାର ପ୍ରଭାବ ବିଷୟରେ କହିଥିଲେ। ସେ କହିଛନ୍ତି, ସୀମାରେ ଚାଇନା ସୈନ୍ୟମାନଙ୍କର ଗତିବିଧି ଏବଂ ସେନା ଅପରେସନ ସହ ଜଡ଼ିତ ସମସ୍ତ ପ୍ରସ୍ତୁତିରେ ଉଲ୍ଲେଖନୀୟ ବୃଦ୍ଧି କରିଛି। ଏସିଆର ଦୁଇ ବୃହତ୍ତମ ଦେଶର ଦ୍ୱିପାକ୍ଷିକ ସମ୍ପର୍କରୁ ସୀମା ପ୍ରସଙ୍ଗକୁ ବାଦ ଦିଆଯାଇପାରିବ ନାହିଁ। ଏଲଏସି ଉପରେ ଚାଇନାର ଗତିବିଧି ଭାରତ ପାଇଁ ଚିନ୍ତାର ବିଷୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ