ଭାରତ-ଚାଇନା ସୀମା ବିବାଦ, ଭାରତ ପାଇଁ ଚିନ୍ତାର ବିଷୟ: ମନୋଜ ପାଣ୍ଡେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ-ଚାଇନା ସୀମା ବିବାଦ, ଭାରତ ପାଇଁ ଚିନ୍ତାର ବିଷୟ କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ଯେକୌଣସି ପରିସ୍ଥିତିରେ ଚାଇନା ସହ ମୁକାବିଲା ପାଇଁ ଆମେ ପ୍ରସ୍ତୁତ । ଭାରତ ଏବଂ ଚାଇନା ମଧ୍ୟରେ ପୁଣି ଥରେ ତିକ୍ତତା ଦେଖାଦେଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ଚାଇନା ଏଲଏସି (ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ) ଉପରେ ପ୍ରୋଟୋକଲ ଉଲ୍ଲଂଘନ ଦୁଇ ଦେଶ ମଧ୍ୟରେ ତିକ୍ତତାର ସବୁଠାରୁ ବଡ଼ କାରଣ । ଯେକୌଣସି ପରିସ୍ଥିତିରେ ଚାଇନା ସହ ମୁକାବିଲା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଜେନେରାଲ ପାଣ୍ଡେ ସାବିତ୍ରୀ ବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟ ଏବଂ ନୂଆଦିଲ୍ଲୀରେ ଚାଇନା ଆନାଲିସିସ ଆଣ୍ଡ ଷ୍ଟ୍ରାଟେଜୀ ଦ୍ୱାରା ଆୟୋଜିତ ଦ୍ୱିତୀୟ ରଣନୀତିକ କଥାବାର୍ତ୍ତାରେ ଭାଗ ନେଇଥିଲେ। ସେ ଚାଇନାର ସୁଧାର ଏବଂ ବିଶ୍ୱ ଉପରେ ଏହାର ପ୍ରଭାବ ବିଷୟରେ କହିଥିଲେ। ସେ କହିଛନ୍ତି, ସୀମାରେ ଚାଇନା ସୈନ୍ୟମାନଙ୍କର ଗତିବିଧି ଏବଂ ସେନା ଅପରେସନ ସହ ଜଡ଼ିତ ସମସ୍ତ ପ୍ରସ୍ତୁତିରେ ଉଲ୍ଲେଖନୀୟ ବୃଦ୍ଧି କରିଛି। ଏସିଆର ଦୁଇ ବୃହତ୍ତମ ଦେଶର ଦ୍ୱିପାକ୍ଷିକ ସମ୍ପର୍କରୁ ସୀମା ପ୍ରସଙ୍ଗକୁ ବାଦ ଦିଆଯାଇପାରିବ ନାହିଁ। ଏଲଏସି ଉପରେ ଚାଇନାର ଗତିବିଧି ଭାରତ ପାଇଁ ଚିନ୍ତାର ବିଷୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’