Masthead

ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ପାରିବାରିକ କଳହରୁ କରୁଣ ପରିଣତି । ସ୍ତ୍ରୀକୁ ଭୁଜାଲିରେ ହାଣି ସ୍ୱାମୀର ବିଷ ପିଇ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଧାମରା ଥାନା ଅଧିନ ଝାଡ଼କଟା ଗ୍ରାମରେ । ସ୍ତ୍ରୀକୁ ଭୁଜାଲିରେ ହାଣିବା ପରେ ସ୍ୱାମୀ ବିଷପିଇ ଜୀବନ ହାରିଛି। ମୃତକ ହେଲେ ପର୍ଶୁରାମ ରଣା । ଧାମରା ଅଞ୍ଚଳ ଝାଡକଟା ଗ୍ରାମର ସ୍ୱାମୀ ପର୍ଶୁରାମ ସ୍ତ୍ରୀ ପାର୍ବତୀ ସହ ଝଗଡା କରିଥିଲେ । ପରେ ଏକ ଭୁଜାଲିରେ ପାର୍ବତୀଙ୍କ ମୁଣ୍ଡକୁ ଆଘାତ କରିଥିଲେ ।

ପାର୍ବତୀର ଚିତ୍କାର ଶୁଣି ପଡୋଶୀମାନେ ଆସି ପାର୍ବତୀକୁ ପ୍ରଥମେ ଧାମରା ମେଡିକାଲ ପରେ ଭଦ୍ରକ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ପରେ ପର୍ଶୁରାମ ନିଜ ଘରେ ଥିବାବେଳେ ବିଷଖାଇ ଦେଇଥିଲେ । ପୁନଶ୍ଚ ପଡୋଶୀ ପର୍ଶୁରାମକୁ କଟକ ମେଡିକାଲକୁ ନେଇ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ବରର୍ତ୍ତମାନ ପାର୍ବତୀଙ୍କ ଅବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ