Masthead

ଶାଢୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବିଷମକଟକ (ବଡ଼ ଖବର ବ୍ୟୁରୋ): ବେକରେ ଶାଢୀ ଲଗେଇ ମହିଳାଙ୍କ ଆତ୍ମହତ୍ୟା । ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ପରିବାର ଆଣିଛନ୍ତି ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଭାତପୁର ପଞ୍ଚାୟତର ହିକିରିଝୁଲା ଗ୍ରାମରେ। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ହିକିରିଝୁଲା ଗ୍ରାମର ବଳରାମ ଉଲାକାଙ୍କ ସ୍ତ୍ରୀ ନୀଲାଇ ହିକକା ବେକରେ ଶାଢୀ ଲଗାଇ ଆତ୍ମାହତ୍ୟା କରିଛନ୍ତି । ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବାନେଇ ତାଙ୍କ ସ୍ୱାମୀ ସ୍ତ୍ରୀଙ୍କ ପରିବାରଲୋକଙ୍କୁ ଜଣେଇଥିଲେ।

ପରିବାର ଲୋକେ ହିକିରିଝୁଲା ଗ୍ରାମରେ ପହଁଞ୍ଚି ବିଷମକଟକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ଅନ୍ୟପଟେ ନୀଲାଇଙ୍କ ସ୍ୱାମୀ ବଳରାମ ଉଲାକା ଅନ୍ୟ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ବାରମ୍ବାର ନିଜ ସ୍ତ୍ରୀଙ୍କୁ ନିର୍ୟାତନା ଦେଇ ଆସୁଥିବା ନେଇ ପରିବାର କହିଛନ୍ତି। ନୀଲାଙ୍କୁ ପ୍ରଥମେ ହତ୍ୟା କରାଯାଇ ପରବର୍ତ୍ତୀ ସମୟରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ନୀଲାଇଙ୍କ ଭଉଣୀ। ପରିବାରର ଅଭିଯୋଗକୁ ଆଧାର କରି ସ୍ୱାମୀ ବଳରାମ ଉଲାକାଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼