Masthead

ଝାରସୁଗୁଡ଼ାରେ ଦଳ ଜୋରଦାର ଲଢେଇ କରିବ: ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ାରେ ଲଢିବୁ ଏବଂ ଜିତୁବୁ । ଯେମିତି ଧାମନଗର ଉପନିର୍ବାଚନରେ ଜିତିଥିଲୁ ସେମିତି ଝାରସୁଗୁଡ଼ାରେ ମଧ୍ୟ ଲଢିବୁ ଏବଂ ଜିତିବୁ ବୋଲି କହିଛି ବିଜେପି । ଝାରସୁଗୁଡ଼ା ଉପନିର୍ବାଚନ ତାରିଖ ଘୋଷଣାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଜେପି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବିଜେପି ଏକ କ୍ୟାଡ଼ର ବେଶ ପାର୍ଟି ହୋଇଥିବାରୁ ସାଙ୍ଗଠନିକ ଦୃଷ୍ଟିକୋଣରୁ ଦଳ ସବୁ ବେଳେ ଫିଟ୍ ଥାଏ । ଏବେ ଆମର ବୁଥ୍ ସଶକ୍ତିକରଣ କାର୍ୟ୍ୟକ୍ରମ ଚାଲିଛି । ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ସେଠାରେ ଦଳ ଜୋରଦାର ଲଢେଇ କରିବ । ଆମେ ଯେମିତି ଧାମନଗର ଉପନିର୍ବାଚନରେ ଲଢ଼ି ଥିଲୁ ଓ ଜିତି ଥିଲୁ । ସେମିତି ଝାରସୁଗୁଡାରେ ମଧ୍ୟ ଲଢିବୁ ଏବଂ ଜିତିବୁ । ସେଠି ଆମର ସଙ୍ଗଠନ ମଜବୁତ ଅଛି । ଗତ ନିର୍ବାଚନରେ ମଧ୍ୟ ଭଲ ଭୋଟ ପାଇଥିଲୁ । ଏହା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହେବ କି ନାହିଁ, ତାହା ତ ସମୟ କହିବ । କିନ୍ତୁ ପ୍ରତ୍ୟେକ ନିର୍ବାଚନକୁ ବିଜେପି ଗୁରୁତର ସହ ନେଇଥାଏ । ଯାହା ଫଳାଫଳ ଆସିବ, ତାକୁ ଦଳ ନିର୍ଣ୍ଣାୟକ ମୋଡ଼କୁ ନେଇଯିବ ଏବଂ ପରିବର୍ତ୍ତନର ସଙ୍କେତ ଦେବ । ତା ସହ ହାଇକମାଣ୍ଡ ଠିକ୍ ସମୟରେ ପ୍ରାର୍ଥୀ ଚୟନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ