Masthead

ଜାଲ ସାର୍ଟିଫିକେଟ, ସୁଶାନ୍ତ ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜାଲ ସାର୍ଟିଫିକେଟ, ସୁଶାନ୍ତ ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ
ବିଧାନସଭାରେ ଜାଲ ସାର୍ଟିଫିକେଟ ତାତି । ଜାଲ ସାର୍ଟିଫିକେଟ ପ୍ରସଙ୍ଗ ନେଇ ଗର୍ଜିଛି କଂଗ୍ରେସ । ସମର୍ଥନ କରିଛି ବିଜେପି । ତେଣେ ବିଜେଡି କହିଛି ତଦନ୍ତ ଚାଲିଛି ।
ବିଧାନସଭାରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ନେଇ ଗର୍ଜିଛି କଂଗ୍ରେସ । ପୂର୍ବତନ ମନ୍ତ୍ରୀ ଶୁଶାନ୍ତ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠାଇଛି । ସୁଶାନ୍ତ ସିଂଙ୍କ ସହିତ ଜାଲ ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ଫଟୋ ଦେଖାଇ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବାହାର ଜିଲ୍ଲା ଓ ରାଜ୍ୟରେ ତଦନ୍ତ ପାଇଁ ପୋଲିସର କ୍ଷମତା ଅଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଫଟୋ ଅଛି । ଯଦି ସବୁ କ୍ଷେତ୍ରରେ ଶାସକ ଦଳର ଭୂମିକା ରହିବ ତାହେଲେ ସାଧାରଣ ଲୋକ ନ୍ୟାୟ କେମିତି ପାଇବେ ବୋଲି ବିଜେପି ପ୍ରଶ୍ନ କରିଛି ।

ବିରୋଧୀଙ୍କ ଗର୍ଜନର ଉତ୍ତର ଦେଇଛି ବିଜେଡି । ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିଜେଡିର କୌଣସି ସମ୍ପୃକ୍ତି ନାହିଁ । ପୁରୁଣା କଥାକୁ ବିରୋଧୀ ଦୋହରାଉଛନ୍ତି । ତଦନ୍ତ ଚାଲିଛି । କିଛି ଲୋକ ଗିରଫ ହେଲେଣି । ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବଳି ପଡୁଛନ୍ତି ମେଧାବୀ । ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ