Masthead

କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି, ୭ ମୃତ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଓଲଟିଲା ବରଯାତ୍ରୀ ଗାଡ଼ି । କେନାଲ୍‌ ଭିତରେ ପଶିଲା ବୋଲେରୋ । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ଶାସନ ଥାନା ବିଶାଳଖିଣ୍ଡା ଶାସନ କେନାଲରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବରଯାତ୍ରୀ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡ଼ିରେ ମୋଟ ୧୧ ଜଣ ରହିଥିଲେ ।ଗାଡି ଭିତରୁ ବାହାରି ନପାରିବାରୁ ୬ ଜଣଙ୍କର ମୃତ ହୋଇଥିବା ବେଳେ, ପରବର୍ତ୍ତୀ ସମୟରେ ଡ୍ରାଇଭରଙ୍କର ମୃତଦେହ ଉଦ୍ଧାର ହୋଇଛି ।

ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ସୂଚନା ଅନୁସାରେ ଗତକାଲି ଝାରସୁଗୁଡା ଜିଲ୍ଲା ବଡ଼ଧରା ଗାଁରୁ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାଣପୁର ଅଞ୍ଚଳକୁ ଏକ ବରାଯାତ୍ରୀ ଯାଇଥିଲେ । ତେବେ ଫେରିବା ବାଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଅଜିତ ଖମରି, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବ୍ରତ ଭୋଇ, ରମାକାନ୍ତ ଭୂୟାଁ । ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡ଼ି ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?