ସେଲୁନ୍ ଚଳାଉଛି ସଂସାର

ବେଗୁନିଆ (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଦୁର୍ଗାପୁର ପଞ୍ଚାୟତ ଗୁଡ଼ୁମ ଗାଁର ଜଗନ୍ନାଥ ବାରିକଙ୍କ ୧୮ ବର୍ଷୀୟ ବଡ଼ପୁଅ ସତ୍ୟବ୍ରତ । ସେଲୁନରେ କାମ କରି ଯାହା ରୋଜଗାର କରନ୍ତି, ସେତିକିରେ ଚଳୁଛି ପରିବାର । ପରିବାର କହିଲେ ବାପା,ମା’ ଏବଂ ସାନଭାଇ । ସତ୍ୟବ୍ରତଙ୍କ ରୋଜଗାରେ ଚାରିପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ।

ସତ୍ୟବ୍ରତଙ୍କ ବାପା ଜଗନ୍ନାଥ ପିଲାଙ୍କୁ ଟ୍ୟୁସନ କରି ଯାହା ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । କିଛିବର୍ଷ ହେବ ତାଙ୍କ ଆଖିକୁ ଦେଖାଗଲା ନାହିଁ । ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଚିକିତ୍ସା କରାଇଥିଲେ ସୁଦ୍ଧା ସୁଫଳ ମିଳିନଥିଲା । ଘରର ମୁରବି ଅନ୍ଧ ହୋଇଯିବା ପରେ ବଡ଼ପୁଅ ସତ୍ୟବ୍ରତ ଉଠାଇଥିଲା ପରିବାରର ବୋଝ । ପାଠପଢ଼ା ସାଙ୍ଗକୁ ସେଲୁନରେ କାମ କରି ପରିବାର ଚଳାଉଛନ୍ତି ସତ୍ୟବ୍ରତ ।

ଜଗନ୍ନାଥଙ୍କୁ ଟଙ୍କା କେଇଟା ଭତ୍ତାକୁ ଛାଡିଦେଲେ ଅନ୍ୟ କୌଣସି ସରକାରୀ ସହାୟତା ମିଳୁନାହିଁ । ଅବାସ ଯୋଜନାରେ ପକ୍କାଘର ଖଣ୍ଡେ ନଥିବାରୁ ଆଜିବି ଝାଟିମାଟି ଘରେ ଜୀବନ ବିତାଉଛନ୍ତି ଏଇ କପରିବାର । ସରକାରୀ ସହାୟତା ମିଳିଲେ ଜଗନ୍ନାଥଙ୍କ ପରିବାର ବାକି ଜୀବନ ଖୁସିରେ କଟାଇଦିଅନ୍ତେ ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ