ଛାତ୍ରଙ୍କୁ ହେଉଥିଲା ଅସୁବିଧା: ବଦଳିଗଲା ‘ମୋ ବସ୍’ ଟାଇମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଏମବିଏସ ସ୍କୁଲର ଜଣେ ଛାତ୍ର ‘ମୋ ବସ୍’ରେ ସ୍କୁଲ ଯିବା ଆସିବାକୁ ନେଇ ଆଇପିଏସଙ୍କୁ ଟ୍ୱିଟ କରିଛନ୍ତି । ଛାତ୍ରଙ୍କର ନାମ ସାଇ ଅନ୍ୱେଶ । ମୋ ବସ୍ ର ସମୟକୁ ନେଇ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଆଇପିଏସ ଅରୁଣ ବୋଥ୍ରାଙ୍କୁ ସେ ଟ୍ୱିଟ କରିଥିଲେ ।

ପ୍ରତିଦିନ ବିଦ୍ୟାଳୟକୁ ସେ ‘ମୋ ବସ୍’ ରେ ଯିବାଆସିବା କରନ୍ତି । ମାତ୍ର ତାଙ୍କ ସ୍କୁଲ ସମୟ ୭.୩୦ ରହିଥିବା ବେଳେ, ବସ୍ ୭.୪୦ ରେ ଆସି ପହଞ୍ଚିଥାଏ । ଯଦ୍ୱାରା ସେ ବିଳମ୍ବରେ ସ୍କୁଲରେ ପହଞ୍ଚନ୍ତି । ପରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ।

ଏହି ଅଭିଯୋଗ ପରେ ଆଇପିଏସ ଅରୁଣ ବୋଥ୍ରା ତତ୍ପରତା ଦେଖାଇ ‘ମୋ ବସ୍’ ସମୟକୁ ପରିବର୍ତ୍ତନ କରାଇଛନ୍ତି । ବସ୍ ସମୟକୁ ୭.୪୦ ରୁ ୭.୦୦ କରିଛନ୍ତି । ଯାହାଫଳରେ ସାଇଙ୍କୁ ସ୍କୁଲ ଯିବାରେ ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ