ବିନା ଡାକ୍ତରରେ ଡାକ୍ତରଖାନା

ସାଲେପୁର(ବଡ଼ ଖବର ବ୍ୟୁରୋ): ପୂର୍ବରୁ ଯେଉଁ ଅବସ୍ଥା ଲାଗିରହିଥିଲା ଏବେ ସ୍ଥିତି ଆହୁରି ସଙ୍ଗିନ ହେବାରେ ଲାଗିଛି । କରୋନା ମହାମାରୀ ସମୟରେ ରୋଗୀସଂଖ୍ୟା ବଢିବା ସହ ହସ୍ପିଟାଲରେ ଅସମ୍ଭାଳ ସ୍ଥିତି ଉପୁଜୁଛି । ହସ୍ପିଟାଲକୁ ଆସୁଛନ୍ତି ଶହ ଶହ ରୋଗୀ । ହେଲେ ଡାକ୍ତର ନାହାନ୍ତି । ସାମାନ୍ୟ ଚିକିତ୍ସା ପାଇଁ ଲୋକେ କଟକ, ଭୁବନେଶ୍ୱର ଯିବାକୁ ବାଧ୍ୟ ହେଉଛନ୍ତି । ଏମିତି ଦୀର୍ଘଦିନ ହେଲା ସାଲେପୁର ବ୍ଲକ ରାମେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଛି ରୋଗୀସେବା ।

କଟକ ଜିଲ୍ଲା ସାଲେପୁର ବ୍ଲକ ରାମେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ବହୁଦିନ ଧରି ଏଠାରେ ଡାକ୍ତର ନାହାନ୍ତି । ଫାର୍ମାସିଷ୍ଟ, ନର୍ସମାନଙ୍କ ଦ୍ୱାରା ଚାଲିଛି ରୋଗୀସେବା । କରୋନା ସମୟରେ ଡାକ୍ତର ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଉପରେ ରାମେଶ୍ୱର, ଗୋପୀନାଥପୁର, କଟରପା, ମହଣ, ଓଡାସିଂହ, ମାଳ, ନର୍ଦା, ଜରିପଡା ସମେତ ଆହୁରି ୮ଟି ଗାଁର ରୋଗୀମାନେ ନିର୍ଭର କରନ୍ତି । ଦୀର୍ଘଦିନରୁ ଡାକ୍ତର ନିଯୁକ୍ତି ହୋଇନଥିବାରୁ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୁହଁ ଫେରାଇଲେଣି । ଡାକ୍ତର ନିଯୁକ୍ତି ପାଇଁ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି,ମାତ୍ର ଆଜି ପର୍ଯ୍ୟନ୍ତ ସୁଫଳ ମିଳିପାରିନାହିଁ । ସରକାରୀ ଅବହେଳାରୁ ବଢିଚାଲିଛି ଅସନ୍ତୋଷ । ତୁରନ୍ତ ଦାବି ପୂରଣ ନହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’