Masthead

ବିଜେପି ନେତା ରାଜୁ ଝାଙ୍କୁ ଗୁଳି କରି ହତ୍ୟା

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ବିଜେପିର ଜଣେ ନେତାଙ୍କୁ ଗୁଳି କରି ହତ୍ୟା । ପୁର୍ବ ବର୍ଦ୍ଧମାନ ଏସପି କାମନାସିସ୍ ସେନ୍ କହିଛନ୍ତି ଯେ, ବଙ୍ଗଳାର ପୂର୍ବ ବର୍ଦ୍ଧମାନର ଶକ୍ତିଗଡରେ ବିଜେପି ନେତା ରାଜୁ ଝା’ଙ୍କୁ ହତ୍ୟା କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଦୁର୍ଗାପୁର ବ୍ୟବସାୟୀ ରାଜୁ ଝା ନାମକ ଜଣେ ବିଜେପି ନେତା କିଛି ସହକର୍ମୀଙ୍କ ସହ କୋଲକାତା ଅଭିମୁଖେ ଯାଉଥିଲେ ।

ଶକ୍ତିଗର ଅଞ୍ଚଳରେ ଏକ ମିଠା ଦୋକାନ ଆଗରେ କିଛି ଅଜଣା ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । କାରରେ ରାଜୁ ଝା’ଙ୍କ ସମେତ ତିନି ଜଣ ଥିଲେ । ସେପଟେ କଣ ପାଇଁ ରାଜୁଙ୍କ ହତ୍ୟା କରାଯାଇଛି ତାହା ଏବେ ଜଣାପଡ଼ିନାହିଁ । ପୋଲିସ ଅଧିକ ତଦନ୍ତ ଚଳାଇଛି । ସୂଚନାନୁସାରେ, ଝା’ଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ