Masthead

ଭିଡିଓ କରି ଗୁଲମକ୍କି ଦେଲେ ଭଦ୍ରକ ଭାଇଚାରାର ଉଦାହରଣ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ସଂପନ୍ନ ହୋଇଛି ଭଦ୍ରକର ଐତିହାସିକ ରାମନବମୀ ଉତ୍ସବ । ଏଥର ଶ୍ରଦ୍ଧାଳୁଙ୍କ ସଂଖ୍ୟା ସବୁ ରେକର୍ଡକୁ ଟପିଯାଇଥିଲା । ବିଶାଳ ଶୋଭାଯାତ୍ରା ସମସ୍ତଙ୍କୁ ଚକିତ କରିଥିଲା । ଏପରିକି ପ୍ରଶାସନ ମଧ୍ୟ ଏ ଭିଡ଼ ଆକଳନ କରାପାରି ନ ଥିଲା । ଭଦ୍ରକ ଜିଲ୍ଲାର ଗାଁଗହଳିରୁ ସହର ଯାଏଁ ସମସ୍ତେ ଏକଜୁଟ ହୋଇଥିଲେ ଶୋଭାଯାତ୍ରା । ନା ଥିଲା ଧର୍ମର ଭେଦଭାବ ନା କୌଣସି ମନମାଳିନ୍ୟ । ସମସ୍ତେ ଏକାଠି ହୋଇ ଶ୍ରୀରାମଙ୍କ ଜନ୍ମୋତ୍ସବକୁ ପାଳନ କରିଥିଲେ । ରାମନବମୀ ସଫଳତାର ସହ ଆୟୋଜିତ ହେବା ପରେ ଏ ସଂପର୍କରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ, ଭଦ୍ରକ ଭାଇଚାରାର ଚିତ୍ର ଦେଖିବାକୁ ମିଳିଛି । କିଭଳି ହିନ୍ଦୁ-ମୁସଲମାନ ଏକାଠି ଭାଇଚାରାର ସହ ଏହି ଉତ୍ସବ ପାଳନ କଲେ ସେ ତାହା ଦର୍ଶାଇଛନ୍ତି । ଏହା ସହ ପୁରୁଣା ସବୁ କଥା ଭୁଲି ଏକାଠି ହୋଇ ଭଦ୍ରକ ଭାଇଚାରାର ନୂଆ ଇତିହାସ ଲେଖିବାକୁ ସେ ଆହ୍ୱାନ ଦେଇଛନ୍ତି । ଧର୍ମ ଧର୍ମ ଭିତରେ କୌଣସି ଭେଦଭାବ ନ ରଖି ସମସ୍ତେ କେମିତି ରାମନବମୀକୁ ଶ୍ରଦ୍ଧାର ସହ ପାଳନ କଲେ ତାହାର ଭିଜୁଆଲ ସେ ଏଥିରେ ଦେଖାଇଛନ୍ତି ।

 ଭଦ୍ରକ ରାମନବମୀ ସାରା ଦେଶକୁ ସଦଭାବନାର ବାର୍ତ୍ତା ଦେଇଛି । ହିନ୍ଦୁ ଓ ମୁସଲମାନ ଉଭୟ ସମନ୍ୱୟ ରକ୍ଷା କରି ପାଳିଛନ୍ତି ଏହି ଉତ୍ସବ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଭାଇଚାରର ଅପୂର୍ବ ଏକତା ଦେଖିବାକୁ ମିଳିଛି । ହିନ୍ଦୁ ପର୍ବ ହୋଇଥିଲେ ବି ମୁସଲମାନ ମାନେ ବି ଉତ୍ସାହର ସହ ସାମିଲ ହୋଇଛନ୍ତି । ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ ପ୍ରତିଟି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉଭୟ ସମ୍ପ୍ରଦାୟ ମଧ୍ୟରେ ସଦଭାବ ବଜାୟ ରଖିବା ପାଇଁ ତାଙ୍କ ବାର୍ତ୍ତା ହୃଦୟସ୍ପର୍ଶୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି 🔴 ପ୍ରବଳ ବର୍ଷା ସମ୍ଭାବନା! 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି 🔴 ପ୍ରବଳ ବର୍ଷା ସମ୍ଭାବନା!