Masthead

ନକଲି ସାର୍ଟିଫିକେଟ କାରବାରରେ ପଲିଟିକାଲ୍ ଲିଙ୍କ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ନକଲି ସାର୍ଟିଫିକେଟ କାରବାରର ଖୋଳତାଡ଼ ପାଇଁ ବଲାଙ୍ଗୀରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ଡିଏସପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଏସପି, ତଦନ୍ତକାରୀ ଅଧିକାରୀଙ୍କ ସହ ତୁହାକୁ ତୁହା ଆଲୋଚନା ପରେ ସ୍ପଟକୁ ଯାଇ ତନାଘନା କରିଛି। ନକଲି ସାର୍ଟିଫିକେଟ କାରଖାନା ସହ ପୋଷ୍ଟ ଅଫିସକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍। ତେବେ ଘଟଣାର ଅଧିକ ଛନଭିନ ପାଇଁ ଆଗାମୀ ଦିନରେ ଏକ ଟିମ୍ ବାହାର ରାଜ୍ୟକୁ ଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମ୍ ବ୍ରାଞ୍ଚ ଡିଏସପି।

ନକଲି ସାର୍ଟିଫିକେଟ ରାକେଟର ଫିଟିବ ଗୁମର। ଘଟଣାର ଖୋଳତାଡ଼ ପାଇଁ ଏବେ ବଲାଙ୍ଗୀରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ୍। ଡିଏସପି ଦେବେନ୍ଦ୍ର ଚକ୍ରଙ୍କ ନେତୃତ୍ୱତ୍ବରେ ୫ ଜଣିଆ ଟିମ୍ ଆସି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ବଲାଙ୍ଗିର ଏସପି, ଡିଏସପି ଓ ତଦନ୍ତକାରି ଅଧିକାରୀଙ୍କ ସହ ତୁହାକୁ ତୁହା ଆଲୋଚନା ପରେ କ୍ରାଇମବ୍ରାଞ୍ଚ ଟିମ୍ ସ୍ପଟ ଭିଜିଟ କରିଛି। ନକଲି ସାର୍ଟିଫିକେଟ କାରଖାନା ଚଳାଇଥିବା ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରର କୋଚିଂ ସେଣ୍ଟର ରିଲାଏନ୍ସ ଏଜୁକେଶନ କମ୍ପ୍ଲେକ୍ସକୁ ଯାଇ ଛାନଭିନ କରିଛି କ୍ରାଇମବ୍ରାଞ୍ଚ ଟିମ୍। କୋଚିଂ ସେଣ୍ଟରର ଭିତର ବାହାର ବୁଲି ଦେଖିବା ସହ ଘଟଣାର ଖୋଳତାଡ଼ ଚଳାଇଛି। ପରେ ଜାଲି ସାର୍ଟିଫିକେଟରେ ନିଯୁକ୍ତି ଧରା ପଡ଼ିଥିବା ପୋଷ୍ଟ ଅଫିସକୁ ଯାଇ ତନାଘନା କରିଛନ୍ତି। କିନ୍ତୁ ଛୁଟି ଯୋଗୁଁ ଡାକ ଅଧିକ୍ଷକ ଆସିନଥିବାରୁ ଘଟଣା ନେଇ ଟିକ୍ ନିକ ଆଲୋଚନା କରି ପାରି ନାହିଁ କ୍ରାଇମବ୍ରାଞ୍ଚ ଟିମ୍।

ତେବେ ଏହି ଜାଲ ସାର୍ଟିଫିକେଟ କାରବାରର ଚେର ଦେଶର ୧୪ ରାଜ୍ୟକୁ ଲମ୍ବି ଥିବାରୁ ଆଗାମୀ ଦିନରେ ଏକ ଟିମ୍ ବାହାର ରାଜ୍ୟକୁ ଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଦେବେନ୍ଦ୍ର ଚକ୍ର। ଗତ ମାର୍ଚ୍ଚ ୨୪ ତାରିଖରେ ପୋଷ୍ଟାଲ ନିଯୁକ୍ତିରେ ଜାଲି ସାର୍ଟିଫିକେଟ ଧରା ପଡ଼ିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦୁଇ ଦିନ ପରେ ବଲାଙ୍ଗିରରେ ଜାଲି ସାର୍ଟିଫିକେଟ କାରଖାନା ଠାବ କରିବା ସହ ହଜାର ହଜାର ନକଲି ସାର୍ଟିଫିକେଟ ଓ ବିଭିନ୍ନ ଅଧିକାରୀଙ୍କୁ ସିଲ୍ ଜବତ କରିଥିଲା ପୋଲିସ। ଏହି ଘଟଣାରେ ମୁଖ୍ୟ କାର୍ପଟଦାର ମନୋଜ ମିଶ୍ର ଓ ତା ସହଯୋଗୀ ଆଲୋକ ଉଦଗାତା ସହ ମୋଟ ୧୯ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ହେଲେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ସହ ଶାସକ ଦଳର ନେତା, ମନ୍ତ୍ରୀଙ୍କ ସହ ଫଟୋ ଥିବା ବେଳେ ସ୍ଥାନୀୟ ବିଧାୟକ ଓ ତାଙ୍କ ପୁଅ ସହ ମଧ୍ୟ ଅଭିଯୁକ୍ତର ଫଟୋ ରହିଛି । ଯାହା ଏବେ ଭାଇରାଲ ହେଉଛି। ତେବେ ନକଲି ସାର୍ଟିଫିକେଟ କାରବାରରେ ପଲିଟିକାଲ ଲିଙ୍କ ଚର୍ଚ୍ଚା ହେବା ପରେ ଏବେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ