Before Header

ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସପି ଅଫିସ ଆଗରେ ଧାରଣା

0 11

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସପି ଅଫିସ ଆଗରେ ଧାରଣା । ମାର୍ଚ୍ଚ ୨୪ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା କେ.ନୂଆଁ ଗାଁ ଥାନା ଏସ. ଟିକରପଡ଼ା ଗ୍ରାମରେ ରାଜନୈତିକ ଶତ୍ରୁତାରୁ ତୋଫାନ ଗୌଡଙ୍କୁ ଖଣ୍ଡା ଓ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା। ଏହି ଘଟଣାରେ ୩ଜଣ ଗୁରୁତର ହୋଇଥିଲେ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀଙ୍କୁ ଗିରଫ କରାଯାଇ ନାହିଁ ।

ଏହାର ପ୍ରତିବାଦରେ ପରିବାର ଲୋକେ ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ଯେଉଁମାନେ ସଂଶ୍ଳିଷ୍ଟ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍ପି ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.