Masthead

ଗସ୍ତ ପୂର୍ବରୁ ଦିନେ ବି କୋଟିଆ ସପକ୍ଷରେ ମୁହଁ ଖୋଲିନାହାନ୍ତି ଧର୍ମେନ୍ଦ୍ର: ପ୍ରଦୀପ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଏ ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣଦିତ କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ଏହି ଗସ୍ତରେ କୌଣସି ଆନ୍ତରିକତା ନଥିଲା। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କୋରାପୁଟରୁ ଅନ୍ୟତ୍ର ନେବା ପାଇଁ ସେ ଆସିଥିଲେ। କୋଟିଆ ଗସ୍ତ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଦିନେ ମଧ୍ୟ କୋଟିଆ ସପକ୍ଷରେ ମୁହଁ ଖୋଲିନାହାନ୍ତି। ଗୋ ବ୍ୟାକ୍ ନାରା ବହୁତ ପୁରୁଣା। ୟାକୁ ଓଡ଼ିଶା ବାସୀ ଗ୍ରହଣ କରିବେନି।

ଯଦି ଆନ୍ତରିକତା ଥାନ୍ତା, ତେବେ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି କେନ୍ଦ୍ର ଏଠି ହସ୍ତକ୍ଷେପ କରିଥାନ୍ତେ ବୋଲି କହିଛନ୍ତି ପ୍ରଦୀପ ମାଝୀ । ଦୁଇ ରାଜ୍ୟ ଭିତରେ ଥିବା ସୀମା ବିବାଦ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତେ। ମୁଖ୍ୟମନ୍ତ୍ରୀ କୋଟିଆ ବିକାଶ ପାଇଁ ସବୁ ପ୍ରକାର ବାଟ ଖୋଲି ଦେଇଛନ୍ତି। ଏପରିକି କୋଟିଆର ବିକାଶ ପାଇଁ ୧୬୦ କୋଟି ଟଙ୍କା ପ୍ୟାକେଜ ଦେଇଛନ୍ତି। ସୁପ୍ରିମ କୋର୍ଟରେ କେଶ ମଧ୍ୟ ଲଢ଼ୁଛନ୍ତି। ସେଥିପାଇଁ ଧର୍ମେନ୍ଦ୍ରଙ୍କ ବ୍ୟାୟାନ ଏବଂ ତାଙ୍କ ଗସ୍ତକୁ ସମସ୍ତେ ନିନ୍ଦା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ