Masthead

ଶ୍ରୀକ୍ଷେତ୍ରରେ ତୃତୀୟ ଦିନରେ ସାହିଯାତ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ପବିତ୍ର ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ସାହିଯାତର ତୃତୀୟ ଦିନରେ ସମ୍ପନ୍ନ ହୋଇଛି ସୀତା ବିବାହ ନୀତି। ଏହାସହ ମୁଖ୍ୟ ଆକର୍ଷଣ ପାଲଟିଥିଲା ପର୍ଶୁରାମ। ପୃଥିବୀକୁ ବାରମ୍ବାର କ୍ଷତ୍ରିୟ ଶୂନ୍ୟ କରିଥିବା ମହାନ୍ ଯୋଦ୍ଧା ପର୍ଶୁରାମଙ୍କ ବୀରବାଣୀ ଶ୍ରୀକ୍ଷେତ୍ରରେ ତ୍ରେତୟା ଯୁଗର ମାହୋଲ୍ ସୃଷ୍ଟି କରିଥିଲା। ହରଚଣ୍ଡୀ ସାହି ପକ୍ଷରୁ ପର୍ଶୁରାମ ବାହାରି ବାଲି ସାହି ପରିକ୍ରମା କରିବା ପରେ ଜଗନ୍ନାଥ ବଲ୍ଲଭ ମଠ ଠାରେ ସୀତା ବିବାହ ନୀତି ସମ୍ପନ୍ନ ହୋଇଥିଲା। ଉଭୟ ସାହିର ବାସିନ୍ଦାମାନେ ବେକରେ ମଲ୍ଲିମାଳ ପକାଇ ମହ ମହ ଅତର‌ ସୁବାସରେ ଭିଜିବା ସାଙ୍ଗକୁ ସାହିଯାତ ମଉଜରେ‌ ମସଗୁଲ ଥିଲେ।

ପବିତ୍ର ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଥିବା ସାହିଯାତ ଏବେ ଶ୍ରୀକ୍ଷେତ୍ରରେ ତ୍ରେତୟା ଯୁଗର ମାହୋଲ ସୃଷ୍ଟି କରିଛି। ସାହିଯାତର ତୃତୀୟ ସନ୍ଧ୍ୟାରେ ମହାନ୍ ଯୋଦ୍ଧା ପର୍ଶୁରାମଙ୍କ ବୀରବାଣୀରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର। ବୀରବର ପର୍ଶୁରାମ, ଏକ ଛତ୍ରୀ ପର୍ଶୁରାମ, ଜାନୁଘଣ୍ଟା ପର୍ଶୁରାମ, ମୁଁ ତ ରାମ ନା ଆଉ କିଏ ରାମ, ମୋ ଧନୁକୁ ଭାଙ୍ଗିବ ଯିଏ ସୀତାଙ୍କୁ ନେବ ସିଏ। ବୀରବାଦ୍ୟର‌ ତାଳେ ତାଳେ ପର୍ଶୁରାମଙ୍କ ନୃତ୍ୟ ସତେ ଯେମିତି ରଣାଙ୍ଗନାର ସୂଚନା ଦେଉଥିଲା। ରାମନବମୀର ପ୍ରତ୍ୟେକ ଅଧ୍ୟାୟକୁ ପ୍ରତ୍ୟେକ ସାହି ପକ୍ଷରୁ ପ୍ରଦର୍ଶିତ କରାଯାଉଛି।

ଗତକାଲି ସାହିଯାତର ତୃତୀୟ ଦିନରେ ହରଚଣ୍ଡୀ ସାହି ପକ୍ଷରୁ ପର୍ଶୁରାମ ବାହାରି ବାଲି ସାହି ପ୍ରଦକ୍ଷଣ କରିଥିଲା। ରାତି ବଢିବା ସଙ୍ଗେ ଯାତ ମଧ୍ୟ ଜମୁଥିବାବେଳେ ଏଥିରେ ମସଗୁଲ୍ ଥିଲେ ସାହି ବାସିନ୍ଦା।ପର୍ଶୁରାମଙ୍କ ପରେ ପରେ ସପ୍ତଶିରା, ନାଗା ମେଢ଼, ପ୍ରଜ୍ଞାପନ ମେଢ଼ ସହ ମାଲଖମ୍ବ, ନିଆଁ ବନାଟି, ପିରାମିଡ୍ ଆଦି ବାହାରିଥିଲା। ତେବେ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଗତକାଲି ସୀତା ବିବାହ ପର୍ବ ପାଳନ ହୋଇଥିଲା। ତେବେ ବାଲି ସାହିର ବାସିନ୍ଦା ମାନେ ପଡ଼ୋଶୀ ସାହି ହରଚଣ୍ଡୀ ସାହିର କଳା ଚାତୁରୀ ଦେଖିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରତୀକ୍ଷା କରିବା ସହ ଯାତକୁ ସ୍ୱାଗତ କରିଥିଲେ। ଏହି ନୀତି ଆଜି ଜଗନ୍ନାଥ ବଲ୍ଲଭ ମଠ ଠାରେ ସମ୍ପନ୍ନ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ