Masthead

ପରିବାଦର ଆକାଶ ଛୁଆଁ

କଟକ (ବଡ଼ ଖବର ବ୍ୟୁରୋ): ପରିବା ଦେଖିଲେ ଡର ଲାଗୁଛି । ଆଳୁ କହୁଛି ମୋତେ ଛୁଅଁନା । ୩୦୦ ଟଙ୍କାରେ ଭରୁନି ବ୍ୟାଗ୍ । ରୋଷେଇ ଘରେ ମହଙ୍ଗା ମାଡ଼ । ଆଜ୍ଞା ଏକଥା ଆମେ କହୁନାହୁଁ । ଏବେ କଟକ ସହରରେ ପରିବା ଦରକୁ ନେଇ ଲୋକେ ଏମିତି କଥା ହେଉଛନ୍ତି । ଛତ୍ରବଜାରରେ କିଲୋ ପିଛା ଆଳୁ ଦର ୪୫, ପୋଟଳ ୮୦, ଭେଣ୍ଡି ୬୦, ବିଲାତି ୪୦ ଓ ପିଆଜ ଦର ୫୩ ଟଙ୍କା ଛୁଇଁଲାଣି । ପରିବାଦର ବଢ଼ିଥିବାରୁ ମଧ୍ୟବିତ୍ତ ପରିବାରର ଲୋକେ କିଣିବାକୁ ସାହସ ଜୁଟାଇ ପାରୁନାହାନ୍ତିି । ଏମିତିକି ଲୋକେ ହାଟକୁ ଗଲେ ଭାବୁଛନ୍ତି କ’ଣ ନେବେ । ସବୁ ପରିବାର ଦର ଏବେ ଆକାଶଛୁଆଁ ।

ବନ୍ୟା, ବାତ୍ୟା, ଲଘୁଚାପ ଓ କରୋନା ମହାମାରୀ ଲାଗି ରାଜ୍ୟରେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ପରିବାଚାଷୀ ଚଳିତ ବର୍ଷ ଅଧିକ ପରିମାଣର ଚାଷ କରିନାହାନ୍ତି । ଫଳରେ ବାହାର ରାଜ୍ୟରୁ ପରିବା ଆମଦାନୀ କରାଯାଉଛି । ଯାହାକି ପରିବା ଦର ବଢ଼ିବାର ମୁଖ୍ୟକାରଣ ହୋଇଛି । ତେବେ ଗରିବ ଓ ମଧ୍ୟବିତ ପରିବାର ଲୋକଙ୍କ ଲାଗି ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଉଛି ତ’ଉପରେ ରହିଛି ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ