Masthead

ପାର୍କରୁ ଖସି ଗାଁରେ ପଶିଲା ଚିତା, ଆତଙ୍କିତ ଗ୍ରାମବାସୀ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): କୁନୋ ପାର୍କରୁ ଚିତା ଫେରାର୍ । ସ୍ଥାନୀୟ ଗାଁରେ ପଶିଲା ଚିତା । ଭୟଭିତ ଗ୍ରାମବାସୀ । ପାର୍କ ଠାରୁ ୨୦ କିଲୋମିଟର ଦୂର ଗାଁ ନିକଟରେ ତାକୁ ଠାବ କରାଯାଇଛି । ଏପରିକି ଚିତାଟି ଗାଁରେ ଏକ ଗାଈକୁ ମଧ୍ୟ ଶିକାର କରିଛି । ଚିତା ଭୟରେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଚିତା ଦେହରେ ଲାଗିଥିବା ରେଡିଓ କଲାରରୁ ଜଣାପଡ଼ିବା ପରେ ଜଙ୍ଗଲ ବିଭାଗ ଓ ଚିତା ମିତ୍ରମାନେ ଗାଁରେ ପହଞ୍ଚିଛନ୍ତି । ଏହି ଟିମରେ ପ୍ରାୟ ୫୦ ଜଣ ଅଧିକାରୀ, ବିଶେଷଜ୍ଞ, ଡାକ୍ତର ଓ କର୍ମଚାରୀ ଅଛନ୍ତି । ସେମାନେ ଚିତାକୁ ପାର୍କକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି । ପ୍ରଥମେ ତାକୁ ମାଂସରେ ନିଶା ଔଷଧ ମିଶାଇ ବେହୋସ୍ କରାଯିବା ପରେ ପାର୍କକୁ ଫେରାଇ ଅଣାଯିବ । ନହେଲେ ଟ୍ରାଙ୍କୁଲାଇଜ୍ କରାଯାଇ ପିଞ୍ଜରାରେ ପୁଣି ପାର୍କକୁ ଫେରାଇ ଅଣାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା