Masthead

‘କଂଗ୍ରେସ ଏବେ ଏକମାତ୍ର ବିକଳ୍ପ’

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ପଦ୍ମ ଛାଡି ହାତ ଧରିଲେ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ। ଯାଜପୁର ଜିଲ୍ଲା ୨୦୨୨ ରେ ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳିର ୧୫ନଂ ଜୋନରୁ ଜିଲା ପରିଷଦ ସଦସ୍ୟ ପ୍ରାର୍ଥୀ ଭାବରେ ବିଜେପିରୁ ଲଢେ଼ଇ କରି ପରାଜିତ ହୋଇଥିବା ପୂର୍ଣ୍ଣଚନ୍ଦ୍ର ତରାଇ ଏବେ ପଦ୍ମ ଛାଡି ହାତ ଧରିଛନ୍ତି। ଶ୍ରୀ ତରାଇଙ୍କୁ ଉପ ନିର୍ବାଚନରେ ଦଳ ପ୍ରାର୍ଥୀ ନ କରିବାରୁ ସେ ବିଜେଡିକୁ ଚାଲି ଯାଇଥିଲେ। ପରେ ସେଠାରେ କୋଣ ଠେସା ହେବାରୁ ହିମାଂଶୁଙ୍କ ନେତୃତ୍ଵରେ ବିଜେପିକୁ ଫେରି ଆସିଥିଲେ। ନିର୍ବାଚନ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ଏବେ କିସାନ ପଣ୍ଡାଙ୍କ ନେତୃତ୍ଵରେ ପୁଣି ନିଜ ପୁରୁଣା ଘର କଂଗ୍ରେସକୁ ଫେରିଛନ୍ତି।

ଧର୍ମଶାଳା ନିର୍ବାଚନମଣ୍ଡଳିରେ ଚଳିତ ଥର ପ୍ରାର୍ଥୀ ହୋଇଥିବା ବିଜେଡି ଓ ବିଜେପି ପ୍ରାର୍ଥୀ ଗୋଟିଏ ଭାଡ଼ିର ପାରା ହୋଇଥିବା ବେଳେ ଉଭୟ ଧର୍ମଶାଳାକୁ ଲୁଟିବାକୁ ଭିତିରି ବୁଝାବଣା କରିଛନ୍ତି ବୋଲି ମିଶ୍ରଣ ପର୍ବରେ କିସାନ ଆକ୍ଷେପ କରିବା ସହିତ ତାଙ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ଜାରକା କାର୍ଯ୍ୟାଳୟ ରେ ଏକ ମିଶ୍ରଣ ପର୍ବରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି କଂଗ୍ରେସ ପ୍ରାର୍ଥୀ କିସାନ ପଣ୍ଡା। କଂଗ୍ରେସ ଦଳ ଏବେ ଏକମାତ୍ର ବିକଳ୍ପ ଭାବି ସେ ପୁନର୍ବାର ଦଳକୁ ଫେରିଥିବା ପୂର୍ଣ୍ଣ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା