Masthead

ନବକୃଷ୍ଣଙ୍କୁ ଅସମ୍ମାନ, ପ୍ରତିମୂର୍ତ୍ତିକୁ ପିନ୍ଧାଯାଇଛି ପ୍ୟାଣ୍ଟ ଆଉ ସାର୍ଟ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଗାନ୍ଧୀ ମଣିଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଅସମ୍ମାନ । ଆଉ କେହି ନୁହେଁ, ଅସମ୍ମାନ କଲା ଅନୁଗୁୂଳ ଜିଲ୍ଲା ପ୍ରସାଶନ। ସ୍ଵାଧୀନତା ସଂଗ୍ରାମରେ ନବକୃଷ୍ଣ ଚୌଧୁରୀଙ୍କ ଭୂମିକା ଅବର୍ଣ୍ଣନୀୟ । ନୂତନ ଓଡ଼ିଶା ଗଠନରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । କିନ୍ତୁ ଜିଲ୍ଲା ପ୍ରଶାସନ ବାରମ୍ବାର ଏହି ମହାନ୍ତି ବ୍ୟକ୍ତିତ୍ୱଙ୍କୁ ଅସମ୍ମାନିତ କରିବାର କାରଣ ଜଣାପଡ଼ୁନି। ଜନମାନସରେ ନବବାବୁ ଭାବେ ପରିଚିତ ନବକୃଷ୍ଣ ଚୌଧୁରୀ ସାଧାରଣ ଜୀବନ ଯାପନ କରୁଥିବା ବ୍ୟକ୍ତି । ଖାଲି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇନଥିଲେ, ସାରା ଜୀବନ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ ।

ଖଦିକୁ ସେ କରିଥିଲେ ଆପଣାର । ମୃତୁ୍ୟ ପର୍ଯ୍ୟନ୍ତ ସେ ଖଦିକୁ ଛାଡିପାରିନଥିଲେ । ଖଦିବସ୍ତ୍ର ଯଦି ଚିର ଯାଉଥିଲା ତାଳି ପକେଇ ପରିଧାନ କରୁଥିଲେ । ଏଭଳି ଜଣେ ଯୋଗଜନ୍ମା, ଗାନ୍ଧିବାଦୀ, ସତ୍ୟନିଷ୍ଠ ବ୍ୟକ୍ତିତ୍ୱଙ୍କୁ ତାଙ୍କ ଆବର୍ତ୍ତମାନରେ ଅସମ୍ମାନ କରିବା ଠିକ୍ ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି । ଅନୁଗୁଳ ଗୋପବନ୍ଧୁ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତ୍ତିକୁ ପିନ୍ଧା ଯାଇଛି ପ୍ୟାଣ୍ଟ ଆଉ ସାର୍ଟ । ଜୀବନବ୍ୟାପୀ ଖଦଡ ଧୋତି ଓ ପଞ୍ଜାବୀ ପିନ୍ଧୁଥିବା ନବବାବୁଙ୍କ ସଂଗ୍ରାମୀ ଜୀବନ ପ୍ରତି କ୍ରୁର ପରିହାସ ଛଡା ଆଉ କିଛି ନୁହେଁ । ବିଗତ ଦିନରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ତାଙ୍କ ଫୋଟୋଚିତ୍ର କାଢ଼ିବା, ପୁଣି ଲଗେଇବା ଭଳି କାର୍ଯ୍ୟ ମଧ୍ୟ ହୋଇଛି। ଯାହାକୁ ନେଇ ନବ-ମାଳତୀ ସ୍ମୃତି କମିଟି ଏଭଳି କାର୍ଯ୍ୟକୁ ନିନ୍ଦା କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି