ନବକୃଷ୍ଣଙ୍କୁ ଅସମ୍ମାନ, ପ୍ରତିମୂର୍ତ୍ତିକୁ ପିନ୍ଧାଯାଇଛି ପ୍ୟାଣ୍ଟ ଆଉ ସାର୍ଟ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଗାନ୍ଧୀ ମଣିଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଅସମ୍ମାନ । ଆଉ କେହି ନୁହେଁ, ଅସମ୍ମାନ କଲା ଅନୁଗୁୂଳ ଜିଲ୍ଲା ପ୍ରସାଶନ। ସ୍ଵାଧୀନତା ସଂଗ୍ରାମରେ ନବକୃଷ୍ଣ ଚୌଧୁରୀଙ୍କ ଭୂମିକା ଅବର୍ଣ୍ଣନୀୟ । ନୂତନ ଓଡ଼ିଶା ଗଠନରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । କିନ୍ତୁ ଜିଲ୍ଲା ପ୍ରଶାସନ ବାରମ୍ବାର ଏହି ମହାନ୍ତି ବ୍ୟକ୍ତିତ୍ୱଙ୍କୁ ଅସମ୍ମାନିତ କରିବାର କାରଣ ଜଣାପଡ଼ୁନି। ଜନମାନସରେ ନବବାବୁ ଭାବେ ପରିଚିତ ନବକୃଷ୍ଣ ଚୌଧୁରୀ ସାଧାରଣ ଜୀବନ ଯାପନ କରୁଥିବା ବ୍ୟକ୍ତି । ଖାଲି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇନଥିଲେ, ସାରା ଜୀବନ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ ।

ଖଦିକୁ ସେ କରିଥିଲେ ଆପଣାର । ମୃତୁ୍ୟ ପର୍ଯ୍ୟନ୍ତ ସେ ଖଦିକୁ ଛାଡିପାରିନଥିଲେ । ଖଦିବସ୍ତ୍ର ଯଦି ଚିର ଯାଉଥିଲା ତାଳି ପକେଇ ପରିଧାନ କରୁଥିଲେ । ଏଭଳି ଜଣେ ଯୋଗଜନ୍ମା, ଗାନ୍ଧିବାଦୀ, ସତ୍ୟନିଷ୍ଠ ବ୍ୟକ୍ତିତ୍ୱଙ୍କୁ ତାଙ୍କ ଆବର୍ତ୍ତମାନରେ ଅସମ୍ମାନ କରିବା ଠିକ୍ ହୋଇନାହିଁ ବୋଲି ଚର୍ଚ୍ଚା ହେଉଛି । ଅନୁଗୁଳ ଗୋପବନ୍ଧୁ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତ୍ତିକୁ ପିନ୍ଧା ଯାଇଛି ପ୍ୟାଣ୍ଟ ଆଉ ସାର୍ଟ । ଜୀବନବ୍ୟାପୀ ଖଦଡ ଧୋତି ଓ ପଞ୍ଜାବୀ ପିନ୍ଧୁଥିବା ନବବାବୁଙ୍କ ସଂଗ୍ରାମୀ ଜୀବନ ପ୍ରତି କ୍ରୁର ପରିହାସ ଛଡା ଆଉ କିଛି ନୁହେଁ । ବିଗତ ଦିନରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ତାଙ୍କ ଫୋଟୋଚିତ୍ର କାଢ଼ିବା, ପୁଣି ଲଗେଇବା ଭଳି କାର୍ଯ୍ୟ ମଧ୍ୟ ହୋଇଛି। ଯାହାକୁ ନେଇ ନବ-ମାଳତୀ ସ୍ମୃତି କମିଟି ଏଭଳି କାର୍ଯ୍ୟକୁ ନିନ୍ଦା କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ