ବିହାରରେ ବିଜେପି ଏକାକି ନିର୍ବାଚନ ଲଢ଼ି ସରକାର ଗଢ଼ିବ: ଅମିତ ଶାହା

ବିହାର(ବଡ଼ ଖବର ବ୍ୟୁରୋ): ବିହାରରେ ନୀତୀଶ ସରକାରଙ୍କୁ ଅମିତ ଶାହାଙ୍କ ଜୋରଦାର ଟାର୍ଗେଟ । ମହାମେଣ୍ଟକୁ ଉପାଡ଼ି ଫିଙ୍ଗିବ କହିଲା ବିଜେପି । ୨୦୨୪ରେ ରାଜ୍ୟରେ ସରକାର ଗଢ଼ିଲେ ଦଙ୍ଗାକାରୀଙ୍କୁ ଓଲଟାଇ ସିଧା କରିଦିଆଯିବ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କହିଛନ୍ତି, ଜଣେ ପ୍ରଧାନମନ୍ତ୍ରୀ ତ ଆଉ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । କ୍ଷମତା ଲୋଭରେ ନୀତୀଶ କୁମାର ଲାଲୁ ଯାଦବଙ୍କ ସହ ହାତ ମିଳାଇଛନ୍ତି ।

ବିହାରରେ ଚାଲିଥିବା ଜଙ୍ଗଲ ରାଜ ପାଇଁ ନୀତୀଶ କୁମାର ଦାୟୀ । ଯେଉଁ ସରକାରରେ ଲାଲୁ ଯାଦବଙ୍କ ଜଙ୍ଗଲ ରାଜ ପାର୍ଟି ଅନ୍ତର୍ଭୁକ୍ତ , ସେହି ସରକାର ବିହାରରେ ଶାନ୍ତି ଆଣିପାରିବ କି? ଏପରି ମହାମେଣ୍ଟକୁ ଭାଙ୍ଗିବା ପରେ ହିଁ ବିହାରରେ ଶାନ୍ତି ଉନ୍ନତି ଆସିବ । ବିହାରରେ ଜେଡିୟୁ କିମ୍ବା ଆରଜେଡି ସହ ବିଜେପି କେବେବି ମେଣ୍ଟ କରିବ ନାହିଁ । ଦଳ ଏକାକି ନିର୍ବାଚନ ଲଢ଼ି ସରକାର ଗଢ଼ିବ । ବିଜେପି ୨୦୨୪ ନିର୍ବାଚନରେ ରାଜ୍ୟରେ ସରକାର ଗଢିଲେ ଦଙ୍ଗାକାରୀଙ୍କୁ ଓଲଟାଇ ସିଧା କରିଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ