Masthead

ଜାଲ ସାର୍ଟିଫିକେଟ ପ୍ରସଙ୍ଗ, କଂଗ୍ରେସ-ବିଜେଡି ତୁ ତୁ ମେଁ ମେଁ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ନକଲି ସାର୍ଟିଫିକେଟ ମାମଲାରେ ଛନ୍ଦି ହୋଇଥିବା ମନୋଜ ମିଶ୍ର ସହ ନେତାଙ୍କ ଫଟୋ ଭାଇରାଲ୍ ପରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଛି । ଘଟଣା ନେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଛି । ମାଷ୍ଟର ମାଇଣ୍ଡ ମନୋଜ ବିଜେଡି ପୃଷ୍ଠପୋଷକତାରେ ଜାଲି କାରବାର ଚଳାଇଥିଲା ବୋଲି ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ସେପଟେ କଂଗ୍ରେସର ଅଭିଯୋଗକୁ ଭିତ୍ତିହୀନ କହିବା ସହ ସବୁ ଗୁଣ୍ଡାଙ୍କ ମାମଲା କିଏ ଲଢୁଛି ବୋଲି ଓଲଟା ପ୍ରଶ୍ନ କରିଛି ବିଜେଡି । କଂଗ୍ରେସ ଅଭିଯୋଗ କରିଛି ଯେ, ମନୋଜ ମିଶ୍ରର ସମ୍ପର୍କ ବିଜେଡି ନେତାଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ରହିଥିଲା । ଏହି ଜାଲି ସାର୍ଟିଫିକେଟ କାରବାରରେ ବିଜେଡିର ପ୍ରଚ୍ଛନ୍ନ ହାତ ରହିଥିବା ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା କହିଛନ୍ତି ।

କେବଳ ଏତିକି ନୁହେଁ ଦୀର୍ଘ ବର୍ଷ ହେଲା ଅଭିଯୁକ୍ତ ମନୋଜ ମିଶ୍ର କିଭଳି ଭାବରେ ସରକାରୀ କ୍ୱାଟର ହାତେଇ ରହି ଆସୁଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତେବେ ବିଧାୟକ ନରସିଂହ ମିଶ୍ର ଓ ତାଙ୍କ ପୁଅ ଅମରେନ୍ଦ୍ର ମିଶ୍ରଙ୍କ ସହ ମନୋଜ ମିଶ୍ରଙ୍କ ଫଟୋ ନେଇ ବି ଜବାବ ରଖିଛି କଂଗ୍ରେସ । ଏଥିରେ ନରସିଂହ ଓ ପୁଅ ଅମରେନ୍ଦ୍ରଙ୍କ କୌଣସି ସମ୍ପର୍କ ନଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା । ସେପଟେ କଂଗ୍ରେସର ଅଭିଯୋଗକୁ ଖଣ୍ଟନ କରିଛି ବିଜେଡି । ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି କହିଛନ୍ତି, ଅଭିଯୁକ୍ତ ମନୋଜ ମିଶ୍ର ବିଜେଡ଼ିର କୌଣସି ପଦ ପଦବୀ କି ଦଳର କର୍ମୀ ନଥିଲା । ଅଭିଯୁକ୍ତର ଫଟୋ କେବଳ ବିଜେଡ଼ି ନେତା ନୁହେଁ, ବିରୋଧୀ ଦଳର ନେତାଙ୍କ ସହ ମଧ୍ୟ ଥିବା କହିଛନ୍ତି ଅଶୋକ ମହାନ୍ତି। କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି ତାର କୌଣସି ସତ୍ୟତା ନଥିବା ସହ ଏହା ଭିତ୍ତିହୀନ ବୋଲି ବିଜେଡ଼ି କହିଛି। କିନ୍ତୁ ସବୁ ଗୁଣ୍ଡାଙ୍କ ମାମଲା କିଏ ଲଢ଼ୁଛି ତାହା ସମସ୍ତଙ୍କୁ ଜଣା ବୋଲି କହିଛନ୍ତି ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା