Masthead

୧୧ ଟି ୱାର୍ଡରେ ବିଜେଡି ବିଜୟୀ

ଅତାବିରା (ବଡ଼ ଖବର ବ୍ୟୁରୋ): ଅତାବିରା କାହାର ହେବ, ସେନେଇ ଅଙ୍କକଷାରେ ପଡ଼ିଛି ପୂର୍ଣ୍ଣଛେଦ । ଆଜି ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ନଗରପାଳ ସହ ୧୧ଟି କାଉନସିଲର ପଦବୀ ବିଜେଡି ପୋଛି ନେଇଛି । କେବଳ ୧ନମ୍ବର ୱାର୍ଡରେ କଂଗ୍ରେସର ଦୀପକ ରାୟ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ମିଶ୍ରଙ୍କୁ ୧୮ଟି ଭୋଟରେ ହରାଇ କଂଗ୍ରେସର ଦୀପକ ରାୟ ଦଳର ସମ୍ମାନ ରଖିଛନ୍ତି ।

ସେପଟେ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ସକାଳ ୮ଟାରୁ ୪ଟି ଟେବୁଲରେ ଚାରି ରାଉଣ୍ତ ଗଣତି ହୋଇ ସକାଳ ୧୦ଟାରେ ଫଳାଫଳ ଆସିଥିଲା । ଉଭୟ ଅଧ୍ୟକ୍ଷ ଓ କାଉନସିଲର ପାଇଁ ଦୁଇଟି ଟେବୁଲ୍‌ରେ ଦୁଇ ରାଉଣ୍ଡ ଲେଖାଏଁ ଗଣତି ପରେ ଫଳାଫଳ ଘୋଷଣା ହୋଇଥିଲା । ଫଳାଫଳ ଆସିବା ପରେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବିଜୟ ଉଲ୍ଲାସ ମନାଉଛି । ଫଳାଫଳ ବାହାରିଥିବା ବ୍ଲକ ଅଫିସ ସାମ୍ନାରୁ ଦୁର୍ଗା ମନ୍ଦିର ଯାଏଁ ବିଜୟ ଉଲ୍ଲାସ ରାଲି କରୁଛି ବିଜେଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ