Masthead

ହଟିଲା ନବକୃଷ୍ଣ ଚୌଧୁରୀଙ୍କ ମୂର୍ତ୍ତି

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତୃଟିପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ନେଇ ବିବାଦ ତେଜିବାରେ ଲାଗିଛି । ଏବେ ସେହି ସ୍ଥାନରୁ କଟର ଲଗାଯାଇ ମୂର୍ତ୍ତିକୁ ହଟାଯାଇଛି । ଅନୁଗୁଳ ପ୍ରଶାସନ ଗୋଟିଏ ଭୁଲକୁ ଲୁଚାଇବାକୁ ଯାଇ ଏକାଧିକ ଭୁଲ କରିଚାଲିଛି । ଚାରିଆଡୁ ନିନ୍ଦା ଓ ସମାଲୋଚନା ପରେ ପୌରପାଳିକା ପୋଷାକ ପରିଧାନରେ ପରିବର୍ତ୍ତନ କରିଥିଲା । ଦୋଷ ଘୋଡାଇ ବାକୁ ଯାଇ ନବବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ୟାଣ୍ଟ ଉପରେ ଧୋତି ପିନ୍ଧାଇ ଥିବା ବେଳେ ଧୋତି ପିନ୍ଧା ଶୈଳି ପ୍ରତିମୂର୍ତ୍ତିକୁ ଅଧିକ ବିକୃତ କରୁଥିବା ଅଭିଯୋଗ ହୋଇଥିଲା । ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇ ଥିଲେ ନବପ୍ରେମୀ । ଖୋଦ୍‌ ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା ନବବାବୁଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଥିଲେ । ଏତେ ବିରୋଧ ପରେ ଆଜି ପୌରପାଳିକା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଗୋପବନ୍ଧୁ ପାର୍କର ଯେଉଁ ସ୍ଥାନରେ ଲାଗିଥିଲା ସେଠାରୁ ହଟାଇ ଦିଆ ଯାଇଛି । ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ସଠିକ ଭାବରେ କରିବା ପରେ ଲଗାଯିବ ବୋଲି ଜଣା ପଡିଥିବା ବେଳେ କେବେ ସୁଦ୍ଧା ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ସେ ନେଇ ପୌରପାଳିକା ପକ୍ଷରୁ ସୂଚନା ମିଳି ପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ