Masthead

ନିର୍ବାଚନ କମିଶନର ନିରପେକ୍ଷ ରହିବା ଦରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ କମିଶନଙ୍କ ସ୍ୱାଧୀନତା ସମ୍ପର୍କରେ କେବେ ହେଲେ ବୁଝାମଣା କରାଯାଇପାରିବ ନାହିଁ । ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ଭଳି ଗୁରୁତ୍ୱପପୂର୍ଣ୍ଣ ପଦବୀରେ ଅତିରିକ୍ତ ଦାୟିତ୍ୱ ଦେବା ଭାରତୀୟ ସମ୍ବିଧାନକୁ ଉପହାସ କରିବା ସହ ସମାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନିର୍ବାଚନ କମିଶନର ସବୁବେଳେ ନିରପେକ୍ଷ ରହିବା ଦରକାର ବୋଲି ସର୍ବୋଚ୍ଚ ଅଦାଲତ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ।

ଶୁକ୍ରବାର ସୁପ୍ରିମକୋର୍ଟ ଗୋଆ ନିର୍ବାଚନ କମିଶନଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ୧୦ ଦିନ ଭିତରେ ବିଜ୍ଞପ୍ତି ଓ ଏପ୍ରିଲ ୩୦ ସୁଦ୍ଧା ପୂରା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆରଏଫ ନରିମନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ କହିଛନ୍ତି , ଯିଏ ନିର୍ବାଚନ କମିଶନର ହେବେ, ସେ ସର୍ବଦା ନିରପେକ୍ଷ ରହିବା ଦରକାର।

ରାଜ୍ୟ ସରକାରୀ ପଦପଦବୀରେ ଥିବା କୌଣସି ବ୍ୟକ୍ତିମାନଙ୍କୁ ନିର୍ବାଚନ କମିଶନ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇପାରିବ ନାହିଁ । ଜଣେ କାର୍ୟ୍ୟରତ ସରକାରୀ କର୍ମଚାରୀଙ୍କୁ ଗୋଆରେ ନିର୍ବାଚନ କମିଶନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସରକାରରେ ରହି କାର୍ୟ୍ୟ କରୁଥିବା ଅଧିକାରୀ ଜଣକ କ୍ଷମତା ପାଇବା ପରେ ହାଇକୋର୍ଟଙ୍କ ରାୟକୁ ବଦଳାଇବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି।

ହାଇକୋର୍ଟ କହିବା ସତ୍ତ୍ୱେ ସେ ଗୋଆରେ ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ଚେଷ୍ଟା କରିବା ଦୁଃଖର ବିଷୟ ବୋଲି ଜଷ୍ଟିସ ନରିମନ କହିଛନ୍ତି। ଗୋଆର ମାରଗୋ, ମୋରମୁଗାଓ, ମାପୁସା, ସଙ୍ଗଉମେ ଓ ବ୍ୟୁପେମ୍‌ରେ ନିର୍ବାଚନ ବନ୍ଦ କରିବାକୁ ନଗର ଉନ୍ନୟନ ବିଭାଗ ଜାରି କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ମାର୍ଚ୍ଚ ୧ରେ ରଦ୍ଦ କରିଦେଇଥିଲେ। ତେବେ ଏହା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ