ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ସରପଞ୍ଚଙ୍କ ଦାଦଗିରି । ମଦପିଇ ଥାନା ଭିତରେ ପୋଲିସ କର୍ମଚାରୀଙ୍କୁ କଲେ ଦୁର୍ବ୍ୟବହାର । ‘ମୁଁ ସରପଞ୍ଚ ଯାହା ଚାହିଁବି ସେଇଟା କରିବି, ମୋର କେହିକିଛି କରି ପାରିବେ ନାହିଁ । ତମେ କି ପୋଲିସ ଆସିଲେ ତମ ଗୋଡ ଭାଙ୍ଗିଦେବି । ଏମିତି କିଛି ପୋଲିସକୁ ଶୁଣାଇଛନ୍ତି ଜଣେ ନିଶାସକ୍ତ ସରପଞ୍ଚ।
ସୂଚନା ମୁତାବକ ୪ତାରିଖ ରାତିରେ ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ ଜଳେଶରପୁର ସରପଞ୍ଚ ପ୍ରଫୁଲ୍ଲ ବେହୁରା ଗତକାଲି ରାତିରେ ନିଜ ଗ୍ରାମରେ ଘୋରାଇ କଳିର ସମାଧାନକୁ ନେଇ ଥାନାକୁ ଯାଇଥିଲୋ ସେଠାରେ ସମସ୍ତ ପୋଲିସ କର୍ମଚାରୀଙ୍କୁ ମଦପିଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ଗଙ୍ଗାଧର ସିଂ ଏକ ଲିଖିତ ଅଭିଯୋଗ କରିଛନ୍ତି ।