Masthead

ଜନସାଧାରଣଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ ପୂର୍ବତନ ବିଧାୟକ ଯୁଧିଷ୍ଠିର

ପିପିଲି(ବଡ଼ ଖବର ବ୍ୟୁରୋ): ଦୀର୍ଘଦିନର ନୀରବତା ପରେ ଜନସାଧାରଣଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥରେ ଶତାଧିକ କର୍ମୀଙ୍କ ସହିତ ଭୁବନେଶ୍ୱର ପୁରୀ ଯାଉଥିବା ସମସ୍ତ ବସକୁ ଅଟକାଇ ଦେଲେ ଚେତାବନୀ । ବାଇପାସ ଦେଇ ନଯାଇ ପିପିଲି ବଜାର ଦେଇ ଯାତ୍ରୀବାହୀ ବସ ନେବାକୁ କଲେ ଅନୁରୋଧ । ଜାତୀୟ ରାଜପଥ ନବୀକରଣ ହେବା ପରେ ଯାତ୍ରୀବାହୀ ବସ ସବୁ ପିପିଲି ବାଇପାସ୍ ଦେଇ ଯାତାୟାତ କରୁଥିବା ଯୋଗୁଁ ଯାତ୍ରୀ ସମସ୍ୟା ସୃଷ୍ଟି ହୋଇଥିଲା ।

ଯାତ୍ରୀମାନେ ଦିନ ହେଉ ଅବା ରାତ୍ରି ହେଉ, ପ୍ରାୟ ଦୁଇ କିମି ଚାଲି ଚାଲି ଯିବାକୁ ପଡୁଥିଲା । ସରକାରୀ କର୍ମଚାରୀ ,କଲେଜ ଛାତ୍ରଛାତ୍ରୀ, ସାଧାରଣ ଜନତା ପିପିଲି ବଜାର ଦେଇ ବସ ନ ଆସିବା ଯୋଗୁଁ ସବୁ ବେଳେ ବହୁ ସମସ୍ୟା ର ସମ୍ମୁଖିନ ହେଉଥିଲେ । ଏ ବାବଦରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲା । ଲୋକଙ୍କ ସୁବିଧା ପାଇଁ ଏପରି ପ୍ରୟାସ ଆଗକୁ ଜାରି ରହିବ ବୋଲି ପୂର୍ବତନ ବିଧାୟକ ଯୁଧି୍ଷ୍ଠିର ସାମନ୍ତରାୟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା