Masthead

ଜନସାଧାରଣଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ ପୂର୍ବତନ ବିଧାୟକ ଯୁଧିଷ୍ଠିର

ପିପିଲି(ବଡ଼ ଖବର ବ୍ୟୁରୋ): ଦୀର୍ଘଦିନର ନୀରବତା ପରେ ଜନସାଧାରଣଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥରେ ଶତାଧିକ କର୍ମୀଙ୍କ ସହିତ ଭୁବନେଶ୍ୱର ପୁରୀ ଯାଉଥିବା ସମସ୍ତ ବସକୁ ଅଟକାଇ ଦେଲେ ଚେତାବନୀ । ବାଇପାସ ଦେଇ ନଯାଇ ପିପିଲି ବଜାର ଦେଇ ଯାତ୍ରୀବାହୀ ବସ ନେବାକୁ କଲେ ଅନୁରୋଧ । ଜାତୀୟ ରାଜପଥ ନବୀକରଣ ହେବା ପରେ ଯାତ୍ରୀବାହୀ ବସ ସବୁ ପିପିଲି ବାଇପାସ୍ ଦେଇ ଯାତାୟାତ କରୁଥିବା ଯୋଗୁଁ ଯାତ୍ରୀ ସମସ୍ୟା ସୃଷ୍ଟି ହୋଇଥିଲା ।

ଯାତ୍ରୀମାନେ ଦିନ ହେଉ ଅବା ରାତ୍ରି ହେଉ, ପ୍ରାୟ ଦୁଇ କିମି ଚାଲି ଚାଲି ଯିବାକୁ ପଡୁଥିଲା । ସରକାରୀ କର୍ମଚାରୀ ,କଲେଜ ଛାତ୍ରଛାତ୍ରୀ, ସାଧାରଣ ଜନତା ପିପିଲି ବଜାର ଦେଇ ବସ ନ ଆସିବା ଯୋଗୁଁ ସବୁ ବେଳେ ବହୁ ସମସ୍ୟା ର ସମ୍ମୁଖିନ ହେଉଥିଲେ । ଏ ବାବଦରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲା । ଲୋକଙ୍କ ସୁବିଧା ପାଇଁ ଏପରି ପ୍ରୟାସ ଆଗକୁ ଜାରି ରହିବ ବୋଲି ପୂର୍ବତନ ବିଧାୟକ ଯୁଧି୍ଷ୍ଠିର ସାମନ୍ତରାୟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା