Masthead

ଲଘୁଚାପ ଧୋଇନେଲା ଚାଷଜମି

ଖଲିଆପାଲି, (ବଡ଼ ଖବର ବ୍ୟୁରୋ): ଲଘୁଚାପ ବଢାଇଦେଲା ଚାଷୀଙ୍କ ଚିନ୍ତା । ଚଳିତ ଲଘୁଚାପ ବର୍ଷା ଫଳରେ ଧୋଇଯାଇଛି ଏକର ଏକର ଚାଷ ଜମି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଉପକଣ୍ଠ ଖଲିଆପାଲି ଗାଁରେ । ଗତକାଲି ଲଘୁଚାପ ବର୍ଷାରେ ବହୁତ ଚାଷୀମାନଙ୍କ ଚାଷ ଜମି ଧୋଇ ଯାଇଛି । ବହୁ ପରିଶ୍ରମ କରି ଚାଷ କରିଥିବା ଧାନ ଚାଷ ଏବେ ଉଜୁଡ଼ି ଯାଇଛି । ଉକ୍ତ ଅଞ୍ଚଳରେ ଚାଷୀମାନଙ୍କ ମେରୁଦଣ୍ଡ ହେଉଛି ଧାନ ଚାଷ ।

ଚାଷୀମାନଙ୍କ କହିବା ଅନୁଯାୟୀ, କରୋନା ସମୟରେ କୌଣସି ବେପାର ନ ହେବାରୁ ବହୁତ ଋଣ କରି ଧାନ ଚାଷ କରିଥିଲୁ ଓ ଆଶାନୁରୂପକ ଅମଳ ପାଇବାର ଆଶା ମଧ୍ୟ ଥିଲା । କିନ୍ତୁ ଗତକାଲିର ବର୍ଷା ଗୋଟିଏ ରାତିରେ ଆମର ସମସ୍ତ ଚାଷ ଜମି ଧୋଇ ନେଇଯିବା ସହ ସମସ୍ତ ଧାନ ଗଛ କୁ ଉପାଡି ଦେଇଛି । ବର୍ତମାନ ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି । ଯାହା ଫଳରେ ସବୁ ଧାନ ଫୁଟି ଯିବା ସହିତ ବିଲରେ ଧାନ ଗଛ ଅମଳକ୍ଷମ ହୋଇ ରହିନାହିଁ । ଅନ୍ୟପଟେ ଅନେକ ଋଣ କରି ଚାଷ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପରିଶେଷରେ ନିରାଶ ହୋଇ ସରକାରଙ୍କ ସହାୟତାକୁ ଅନାଇ ବସିଛନ୍ତି ଚାଷୀମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼