Masthead

ଲଘୁଚାପ ଧୋଇନେଲା ଚାଷଜମି

ଖଲିଆପାଲି, (ବଡ଼ ଖବର ବ୍ୟୁରୋ): ଲଘୁଚାପ ବଢାଇଦେଲା ଚାଷୀଙ୍କ ଚିନ୍ତା । ଚଳିତ ଲଘୁଚାପ ବର୍ଷା ଫଳରେ ଧୋଇଯାଇଛି ଏକର ଏକର ଚାଷ ଜମି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଉପକଣ୍ଠ ଖଲିଆପାଲି ଗାଁରେ । ଗତକାଲି ଲଘୁଚାପ ବର୍ଷାରେ ବହୁତ ଚାଷୀମାନଙ୍କ ଚାଷ ଜମି ଧୋଇ ଯାଇଛି । ବହୁ ପରିଶ୍ରମ କରି ଚାଷ କରିଥିବା ଧାନ ଚାଷ ଏବେ ଉଜୁଡ଼ି ଯାଇଛି । ଉକ୍ତ ଅଞ୍ଚଳରେ ଚାଷୀମାନଙ୍କ ମେରୁଦଣ୍ଡ ହେଉଛି ଧାନ ଚାଷ ।

ଚାଷୀମାନଙ୍କ କହିବା ଅନୁଯାୟୀ, କରୋନା ସମୟରେ କୌଣସି ବେପାର ନ ହେବାରୁ ବହୁତ ଋଣ କରି ଧାନ ଚାଷ କରିଥିଲୁ ଓ ଆଶାନୁରୂପକ ଅମଳ ପାଇବାର ଆଶା ମଧ୍ୟ ଥିଲା । କିନ୍ତୁ ଗତକାଲିର ବର୍ଷା ଗୋଟିଏ ରାତିରେ ଆମର ସମସ୍ତ ଚାଷ ଜମି ଧୋଇ ନେଇଯିବା ସହ ସମସ୍ତ ଧାନ ଗଛ କୁ ଉପାଡି ଦେଇଛି । ବର୍ତମାନ ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି । ଯାହା ଫଳରେ ସବୁ ଧାନ ଫୁଟି ଯିବା ସହିତ ବିଲରେ ଧାନ ଗଛ ଅମଳକ୍ଷମ ହୋଇ ରହିନାହିଁ । ଅନ୍ୟପଟେ ଅନେକ ଋଣ କରି ଚାଷ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପରିଶେଷରେ ନିରାଶ ହୋଇ ସରକାରଙ୍କ ସହାୟତାକୁ ଅନାଇ ବସିଛନ୍ତି ଚାଷୀମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ