Masthead

ଚାଲି ଚାଲି ଚାରିଧାମ ଭ୍ରମଣ, ସାଥୀରେ ଅଛି ‘ବଟର’

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ଜୀବନ ଯାତ୍ରାରେ କୁକୁର ସାଥୀ । କୁକୁରକୁ ସାଥୀ କରି ଚାରିଧାମ ଭ୍ରମଣ ନିଶାରେ ନୋଏଡ଼ାର ଯୁବକ । ୟେତି ଗୌତମ ଆଉ ତାଙ୍କ ସାଥୀ ବଟର । ସୁଦୂର ଦିଲ୍ଲୀର ନୋଏଡାରୁ ଚାଲି ଚାଲି ୪ ଧାମ ଭ୍ରମଣ କରୁଛନ୍ତି ୟେତି । ପାଦରେ ବୁଲି ଯାତ୍ରା କରିବାର ମାନସିକତା ତାଙ୍କୁ ଆଣି ଜଗନ୍ନାଥ ଧାମ ଓଡ଼ିଶାରେ ପହଞ୍ଚାଇଛି । ପାଦରେ ଚାଲିବା ଆଉ ବୁଲିବାର ଅସୁବିଧା କେଉଁଠି ବୋଲି ଯୁବକ ଜଣକ କହିଛନ୍ତି । ମନକୁ ଶାନ୍ତି ପାଇଁ ତାଙ୍କର ଏହି ପଦକ୍ଷେପ । ଦୁନିଆକୁ ଅତି ନିକଟରୁ ଅନୁଭଵ କରି ଦେଖିବାର ଏହା ହେଇଛି ଏକ ନିଆରା ପ୍ରୟାସ । ଭାରତରେ ଦେଖିବା ଓ ଶିଖିବା ଜିନିଷ ବହୁତ୍ ରହିଛି । ଯାହାକୁ ଦେଖିବାକୁ ବିଦେଶରୁ ଲୋକ ଆସୁଛନ୍ତି ।

ତେବେ ମୁଁ ଭାରତୀୟ ହୋଇ କ’ଣ ପାଇଁ ଭାରତ ଭ୍ରମଣ କରିପାରିବି ନାହିଁ ବୋଲି କହିଛନ୍ତି ୟେତି । ନିଜ ପାଦରେ ଏବେ ସେ ମାଇଲ ମାଇଲ ରାସ୍ତା ଅତିକ୍ରମ କରିଥିବା ବେଳେ ଥକ୍କା ଲାଗିଲେ କେଉଁ ଏକ ଗଛ ମୂଳ ଛାଇ ଜାଗାରେ ଅଟକି ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ବଂଶୀ ବାଦନ କରନ୍ତି। ଆଉ ସବୁଠୁ ପ୍ରିୟ ତାଙ୍କର ‘ବଟର’ ମାଇଲ ମାଇଲ ଦୂର ଅତିକ୍ରମ କରି ମଧ୍ୟ କେବେ ଥକି ନାହିଁ କି ତାଙ୍କ ସହ ଭରସା ତୁଟେଇ ନାହିଁ । ବର୍ଷା, କାକର ଓ ଖରା ସବୁଥିରେ ସାଥ ଦେଇଛି ବଟର । ତାଙ୍କୁ କେବେ ବି ଏକା ହେବାକୁ ଦେଇନାହିଁ । ମନର ସଂକଳ୍ପ ଯେ ଏତେ ଲମ୍ବା ଯାତ୍ରା ଯାହା ଟ୍ରେନ କିମ୍ବା ଗାଡ଼ିରେ ବୁଲି ଅନୁଭବ କରିହେବ ନାହିଁ । ଆମ ସଭ୍ୟତା, ଆମ ସଂସ୍କୃତି ଓ ଭାଷାକୁ ଅନୁଭବ କରିବା ପାଇଁ ଚାଲିବା ହିଁ ଏକ ଶ୍ରେଷ୍ଠ ଅନୁଭଵ ବୋଲି କହିଛନ୍ତି ୟେତି।

ବଦ୍ରୀନାଥରୁ ଜଗନ୍ନାଥ ପୁରୀ ଓ ତାମିଲନାଡ଼ୁର କାମେଶ୍ୱରମ୍, ଗୁଜରାଟର ଦ୍ୱାରିକା ଭଳି ତୀର୍ଥ ସ୍ଥାନ ପାଦରେ ଯାତ୍ରା କରିବା ଦ୍ୱାରା ମୋର ଏକ ବଡ଼ ଆଶା ପୂରଣ ହେବ । ଯାହା ବଦ୍ରିନାଥରୁ ଯାତ୍ରା ଆରମ୍ଭ ଏବେ ୧୫୭ ଦିନର ଯାତ୍ରାରେ ଓଡ଼ିଶା ବାଲେଶ୍ବର ପହଞ୍ଚିଥିବା ବେଳେ ଯାତ୍ରା ଶେଷ ବେଳକୁ ଆହୁରି ଏକ ବର୍ଷ ଲାଗିବ ବୋଲି କହିଛନ୍ତି ୟେତି ଗୌତମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା