Masthead

ଜାଲ ସାର୍ଟିଫିକେଟ ମାମଲା, ସମ୍ବଲପୁର ଯାଏଁ ଲମ୍ବିଛି ଚେର

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା । ସମ୍ବଲପୁର ପର୍ଯ୍ୟନ୍ତ ଲମ୍ବିଛି ଚେର । ଏନେଇ ସମ୍ବଲପୁର ଡାକ ବିଭାଗ ପକ୍ଷରୁ ୬ ଜଣ ଚାକିରୀ ଆଶାୟୀଙ୍କ ନାଁରେ ସମ୍ବଲପୁର ଟାଉନ ଥାନାରେ ଏତଲା ଦିଆଯାଇଛି । ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ ଟି ପଦବୀ ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ ଏମିତି ୬ଜଣ ବିଭିନ୍ନ ଜିଲ୍ଲାରୁ ଆବେଦନ କରିଛନ୍ତି ଯେଉଁମାନେ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ ରହିଛି ।

ହେଲେ ସେମାନଙ୍କ ସାର୍ଟିଫିକେଟରେ ଓଡ଼ିଆ ଏକ ବିଷୟ ଥିବାର ଉଲ୍ଲେଖ ରହିଛି । ଏହା ଉପରେ ସନ୍ଦେହ ହେବାରୁ ସମ୍ବଲପୁର ଡାକ ବିଭାଗ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ରେ ଶଙ୍ଖୁଆଳ ରେ ସୋନାଲି ସ୍ୱାଇଁ,ଜଗତସିଂହପୁର ରେ ଓଷକଣା ର ଜ୍ୟୋତିକାନ୍ତ ମହାନ୍ତି,ବରଗଡ଼ ବାହାଲପାଲି ର ରୁଦ୍ରାଣୀ ପ୍ରଧାନ,ଦେବଗଡ଼ ପ୍ରଭାଶୁନି ର ଝିଲି ସାହୁ,ବରଗଡ଼ ଜିଲ୍ଲା ଗଣେଶ ନଗର ର ଝରଶ୍ରୀ ସାହା ଓ କଳାହାଣ୍ଡି କେସିଙ୍ଗା ଆଞ୍ଚଳର ଜଣେ ଆଶାୟୀ ପ୍ରାର୍ଥୀ ଥିବାର ଏତଲା ରେ ଉଲ୍ଲେଖ ରହିଛି ।

ଡାକଘର ଅଧିକ୍ଷକ, ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର ଟାଉନ ଥାନାରେ ସନ୍ଦେହ ରେ ଏତଲା ହୋଇଛି । ସମ୍ବଲପୁର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ବଲାଙ୍ଗୀର ଓ ଆସ୍କା ପୋଷ୍ଟାଲ ଡିଭିଜନ ରେ ପୂର୍ବରୁ ଏହିଭଳି ନକଲି ସାର୍ଟିଫିକେଟ ରେକେଟ ଠାବ ହୋଇ ସାରିଛି । ଅନ୍ୟପଟେ ଏହି ୬ ଜଣ ଆଶାୟୀଙ୍କ ସାର୍ଟିଫିକେଟର ତଥ୍ୟ ୱେବସାଇଟରେ ଉପଲବ୍ଧ ନଥିବାରୁ ସନ୍ଦେହ ହେବା ଯୋଗୁଁ ଏହି ଏତଲା ଦିଆଯାଇଥିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ