ଜାଲ ସାର୍ଟିଫିକେଟ ମାମଲା, ସମ୍ବଲପୁର ଯାଏଁ ଲମ୍ବିଛି ଚେର

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା । ସମ୍ବଲପୁର ପର୍ଯ୍ୟନ୍ତ ଲମ୍ବିଛି ଚେର । ଏନେଇ ସମ୍ବଲପୁର ଡାକ ବିଭାଗ ପକ୍ଷରୁ ୬ ଜଣ ଚାକିରୀ ଆଶାୟୀଙ୍କ ନାଁରେ ସମ୍ବଲପୁର ଟାଉନ ଥାନାରେ ଏତଲା ଦିଆଯାଇଛି । ସମ୍ବଲପୁର ଡାକ ବିଭାଗରେ ବାହାରିଥିବା ୯୬ ଟି ପଦବୀ ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ ଏମିତି ୬ଜଣ ବିଭିନ୍ନ ଜିଲ୍ଲାରୁ ଆବେଦନ କରିଛନ୍ତି ଯେଉଁମାନେ ଉତ୍ତରପ୍ରଦେଶରେ ହିନ୍ଦୀ ବୋର୍ଡରେ ପାଠ ପଢିଥିବା କଥା ଉଲ୍ଲେଖ ରହିଛି ।

ହେଲେ ସେମାନଙ୍କ ସାର୍ଟିଫିକେଟରେ ଓଡ଼ିଆ ଏକ ବିଷୟ ଥିବାର ଉଲ୍ଲେଖ ରହିଛି । ଏହା ଉପରେ ସନ୍ଦେହ ହେବାରୁ ସମ୍ବଲପୁର ଡାକ ବିଭାଗ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ରେ ଶଙ୍ଖୁଆଳ ରେ ସୋନାଲି ସ୍ୱାଇଁ,ଜଗତସିଂହପୁର ରେ ଓଷକଣା ର ଜ୍ୟୋତିକାନ୍ତ ମହାନ୍ତି,ବରଗଡ଼ ବାହାଲପାଲି ର ରୁଦ୍ରାଣୀ ପ୍ରଧାନ,ଦେବଗଡ଼ ପ୍ରଭାଶୁନି ର ଝିଲି ସାହୁ,ବରଗଡ଼ ଜିଲ୍ଲା ଗଣେଶ ନଗର ର ଝରଶ୍ରୀ ସାହା ଓ କଳାହାଣ୍ଡି କେସିଙ୍ଗା ଆଞ୍ଚଳର ଜଣେ ଆଶାୟୀ ପ୍ରାର୍ଥୀ ଥିବାର ଏତଲା ରେ ଉଲ୍ଲେଖ ରହିଛି ।

ଡାକଘର ଅଧିକ୍ଷକ, ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର ଟାଉନ ଥାନାରେ ସନ୍ଦେହ ରେ ଏତଲା ହୋଇଛି । ସମ୍ବଲପୁର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ବଲାଙ୍ଗୀର ଓ ଆସ୍କା ପୋଷ୍ଟାଲ ଡିଭିଜନ ରେ ପୂର୍ବରୁ ଏହିଭଳି ନକଲି ସାର୍ଟିଫିକେଟ ରେକେଟ ଠାବ ହୋଇ ସାରିଛି । ଅନ୍ୟପଟେ ଏହି ୬ ଜଣ ଆଶାୟୀଙ୍କ ସାର୍ଟିଫିକେଟର ତଥ୍ୟ ୱେବସାଇଟରେ ଉପଲବ୍ଧ ନଥିବାରୁ ସନ୍ଦେହ ହେବା ଯୋଗୁଁ ଏହି ଏତଲା ଦିଆଯାଇଥିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ