Masthead

ଅମ୍ରିତପାଲଙ୍କୁ ଧରିବା ପାଇଁ ବଡ଼ ଯୋଜନା, ୧୪ ଯାଏ ପୋଲିସଙ୍କ ଛୁଟି ବାତିଲ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ):  ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିବା ଖାଲିସ୍ତାନୀ ନେତା ଅମ୍ରିତପାଲ ସିଂ ପଞ୍ଜାବ ପୋଲିସର ନିଦ ହଜାଇ ଦେଇଛି । ସମସ୍ତ ଉଦ୍ୟମ ସତ୍ତ୍ୱେ ତାକୁ ଗିରଫ କରିବାରେ ପଞ୍ଜାବ ପୋଲିସ ବିଫଳ ହୋଇଛି । ଅମ୍ରିତପାଲଙ୍କୁ ଧରିବା ପାଇଁ ସରକାର ଏବେ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ।ଏପ୍ରିଲ ୧୪ ପର୍ଯ୍ୟନ୍ତ ପଞ୍ଜାବର ସମସ୍ତ ପୋଲିସ କର୍ମଚାରଙ୍କ ଛୁଟି ବାତିଲ କରି ଦିଆଯାଇଛି । ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ୨୧ ଦିନଧରି ଫେରାର ହେବା ପରେ ଗତକାଲି ଆତ୍ମସମର୍ପଣ କରିବା ଖବର ମିଳିବାରୁ ପଞ୍ଜାବ ପୋଲିସ ଫୁଲ ଦମରେ ଲାଗିପଡିଛି ।

ଅମୃପାଲକୁ ଗିରଫ କରିବାକୁ ପୁରା ଇଲାକାରେ ନିୟୋଜିତ ହୋଇଛନ୍ତି ୫୦୦୦ରୁ ଅଧିକ ଯବାନ୍ । କେବଳ ଏତିକି ନୁହେଁ ଯେପରି କୌଣସି ଧାର୍ମିକ ସ୍ଥଳରେ ଅମୃତପାଲ ପ୍ରବେଶ ନକରେ ସେଥିପାଇଁ ପଞ୍ଜାବ ପୋଲିସସଜାଗ ରହିଛି । ୧୫୦ରୁ ଅଧିକ ବସଷ୍ଟାଣ୍ଡ, ସହ ୩୦୦ ସନ୍ଦିଗ୍ଧ ସ୍ଥାନରେ ଡେରା ପକାଇଛି ପଞ୍ଜାବ ପୋଲିସ । ନିକଟରେ ଏକ ମୋଟର ଟ୍ରଲିରେ ଅମୃତପାଲ ପଳାଇଯାଇଥିବାବେଳ ସେହି ଟ୍ରଲି ଡ୍ରାଇଭରଙ୍କ ସହ ଗଣମାଧ୍ୟମ ପ୍ରତିନିଧି କଥା ହୋଇଛନ୍ତି । ଡ୍ରାଇଭର ଜଣକ କହିଛନ୍ତି କି ଯେ ସେ ଅମ୍ରିତପାଲ ସିଂ ବୋଲି ତାଙ୍କୁ ଜଣାନଥିଲା । ପଞ୍ଜାବର ଜଳନ୍ଧରରୁ ଖସିଯିବା ପରେ ସେ ହରିଆଣାରେ ଆତ୍ମଗୋପନ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି