Masthead

ଅନଲାଇନ ବନ୍ଧୁ ଠକିନେଲେ ୧ଲକ୍ଷ ୭୦ ହଜାର

ଡେରାବିଶ(ବଡ଼ ଖବର ବ୍ୟୁରୋ): ଠକେଇର ଶିକାର ହେଲେ ସ୍ତ୍ରୀ । ତଲାକ ଦେଲା ସ୍ୱାମୀ । ଛଳନା କରି ଅନଲାଇନ ବନ୍ଧୁ ଠକିନେଲେ ୧ଲକ୍ଷ ୭୦ ହଜାର । ଟଙ୍କା ଚାଲିଯିବା ପରେ ରାଗରେ ସ୍ତ୍ରୀକୁ ତିନ ତଲାକ ଦେଲା ସ୍ୱାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା ଡେରାବିଶ ବ୍ଲକ କୁସିଆପାଳ ପଞ୍ଚାୟତ ବାବୁରାମ ପାଟଣା ଗାଁରେ । ଗାଁର ଜମରୁନ ବିଵି ସାଇବର ଠକେଇ ର ଶିକାର ହୋଇଥିଲେ । ସେ ରବିଶର୍ମା ନାମକ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲେ । ରବିଶର୍ମା ଜମରୁନଙ୍କୁ ଭଉଣି ବୋଲି ସମ୍ବୋଧନ କରିବା ସହ ତାଙ୍କୁ ପଚିଶ ଲକ୍ଷ ଟଙ୍କାର ଗିପ୍ଟ ଦେବ ବୋଲି କହିଥିଲେ । ଏବଂ କୋରିଅର ଚାର୍ଜ ଦେଢ ଲକ୍ଷ ପଠାଇବାକୁ କହିଥିଲେ । ଲୋଭର ବଶବର୍ତ୍ତୀ ହୋଇ ଏକ ଲକ୍ଷ ୭୦ ହଜାର ଟଙ୍କା ରବିଶର୍ମାକୁ ଫୋନପେ ମାଧ୍ୟମରେ ପଠାଇଥିଲେ । ପରେ କøøଣସି ପାଲର୍ସଲ ଜାମରୁନଙ୍କୁ ଅସିଥିଲା । ଠକେଇର ଶିକାର ହୋଇଥିବା ଜାଣିପାରି ରବିଶର୍ମାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ ଜାମରୁନ ।

ଏହି ଘଟଣାକୁ ନେଇ ଜାମରୁନଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି । ଗୁଜୁରାଟର ଏକ କମ୍ପାନୀରେ କାର୍ଯ୍ୟରତ ଜାମରୁନଙ୍କ ସ୍ୱାମୀ ଶେଖ୍ ରାଜିଦ ସ୍ତ୍ରୀର ଏଭଳି କାମ ପାଇଁ ତାଙ୍କୁ ତଲାକ ଦେଇଛନ୍ତି । ଶେଖ ରାଜିଦ ଓ ଜମରୁନଙ୍କ ଦୀର୍ଘ ଅଠର ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗିଗଲା କେବଳ ସାଇବର ଠକ ପାଇଁ । ସ୍ୱାମୀ ତଲାକ ଦେଇ ଘରୁ ବାହାର କରିଦେବା ପରେ ଜାମରୁନ ତାଙ୍କର ଚାରି ପୁଅ ଝିଅଙ୍କୁ ନେଇ ପୁଣି କେନ୍ଦ୍ରାପଡ଼ା ସଦର ଥାନାରେ ସ୍ୱାମୀଙ୍କ ନାମରେ ଅଭିଯୋଗ କରିବା ସହ ଭରଣ ପୋଷଣ ଦାବି କରିଛନ୍ତି । କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ