Masthead

ବିଜେପିର ରାଜ୍ୟ ସଭାପତି ଦିଲ୍ଲୀରେ ଚଳାଇଛନ୍ତି ମାନସ ମନ୍ଥନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୪ ପାଇଁ ବିଜେପିର ରାଜ୍ୟ ସଭାପତି ଦିଲ୍ଲୀରେ ଚଳାଇଛନ୍ତି ମାନସ ମନ୍ଥନ । ତେଣେ ବିଜେଡି କହିଛି ପଡିବନି କିଛି ପ୍ରଭାବ ।  ବିଜେପି ରାଜ୍ୟ ସାଭାପତି ଦାୟିତବ ନେବା ପରେ ପ୍ରଥମଥର ପାଇଁ ଦିଲ୍ଲୀରେ ମନମୋହନ ସାମଲ । ତୁଙ୍ଗ ନେତାଙ୍କ ସହ ଚଳାଇଛନ୍ତି ଆଲୋଚନା । ଦଳର ସାଧାରଣ ସମ୍ପାଦକ କହିଛନ୍ତି,୨୦୨୪ରେ ଦଳ କିପରି ନିର୍ବାଚନ ଲଢ଼ିବ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ନେତୃତ୍ୱଙ୍କ ସହ ଆଲୋଚନା କରି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ପ୍ରସ୍ତୁତ ହେଉଛି । ସଶକ୍ତ ଲଢେଇ ପାଇଁ ଯାହା ଯାହା ଆବଶ୍ୟକତା ରହିଛି ସେ ସବୁ ଦଳ କରୁଛି।  ବିଜେଡି କହିଛି ବିଜେପିର ରଣନୀତିର ପ୍ରଭାବ ଓଡ଼ିଶାବାସୀଙ୍କ ଉପରେ ପଡିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକେ ଭରସା କରୁଛନ୍ତି। ଆଗାମୀ ନିର୍ବାଚନରେ ଭୋଟ ହାର ଆହୁରି ବଢିବ। ସାରା ଭାରତ ଦେଖିବ ଷଷ୍ଠ ଥର ଗୋଟିଏ ପାର୍ଟି ଜଣେ   ଲିଡରଙ୍କ କ୍ଷେତ୍ରରେ   ଆଣ୍ଟି କୁ୍ୟମ୍ବେସି ବଦଳରେ         ପ୍ରୋ କୁ୍ୟମ୍ବେସି ରହିବ।   ଏବେ ମଧ୍ୟ ଲୋକଙ୍କ ମନରୁ ଆଶଙ୍କା ଦୂର ହୋଇନି । ବିଜେଡି ବିଜେପି ଅଲଗା ଅଲଗା ଲଢିବେ, ନା ପରସ୍ପର ବୁଝାମଣା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ