Masthead

ସିଏମ ଅଭିଯୋଗ ପ୍ରକୋଷ୍ଠରେ ମିଟିଂ, ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୁଖ୍ୟମନ୍ତ୍ରୀ ଆସୁନାହାନ୍ତି । ସେଠାରେ ଚାଲିଛି ପାର୍ଟି ମିଟିଂ ବୋଲି ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । କହିଛି ଲୋକଙ୍କ ସମସ୍ୟା କରୁଛୁ ସମାଧାନ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ବିଜେଡି ବିଜେପି ମଧ୍ୟରେ ଆରମ୍ଭ ହୋଇଛି ତୁତୁ ମେଁ ମେଁ । ବିଜେପି କହିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କ୍ୱାଟର୍ସ ଥିଲା । ୨୦୦୮ରୁ ମୁଖ୍ୟମନ୍ତ୍ରୀ ଆଜିଯାଏଁ ଅଭିଯୋଗ ପ୍ରକୋଷ୍ଠକୁ ଆସିନାହାନ୍ତି । ସରକାରୀ ଅଫିସରେ ପାର୍ଟି ମିଟିଂକୁ ମୁଖ୍ୟମନ୍ତ୍ରୀ କିଭଳି ହଜମ କରୁଛନ୍ତି?

ସଦବୁଦ୍ଧି ଟିକେ ଉଦୟ ହେଲେ ଭଲ ହୁଅନ୍ତା ବୋଲି ବିଜେପି ପରାମର୍ଶ ଦେଇଛି । କଂଗ୍ରେସ ମଧ୍ୟ ସମାଲୋଚନା କରିଛି । ବିଜେପି ଅଭିଯୋଗର କଡ୍ଡା ଜବାବ ଦେଇଛି ବିଜେଡି । କହିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହେଉଛି । ଏମଏଲମାନେ ବିଭିନ୍ନ ପ୍ରସ୍ତାବ ଓ ସମସ୍ୟା ନେଇ ସେଠାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶଙ୍ଖ ଚିହ୍ନ ଲାଗିନାହିଁ । ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଯାଉଛୁ । ସମାଧାନ କରୁଛୁ । ସରକାରୀ ଦପ୍ତରରେ ଦଳୀୟ କାର୍ଯ୍ୟକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା