ମହିଳା ଟି -୨୦ ଚ୍ୟାଲେଞ୍ଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ) : ମହିଳା ଟି – ୨୦ ଚ୍ୟାଲେଞ୍ଜ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ତିନୋଟି ଦଳ ଘୋଷଣା କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ୪ ରୁ ୯ ନଭେମ୍ବର ମଧ୍ୟରେ ଖେଳାଯିବ। ଖେଳାଳିମାନେ ୨୨ ଅକ୍ଟୋବରରେ ୟୁଏଇ ଅଭିମୁଖେ ଯାଇପାରିବେ, ସେମାନେ ଛଅ ଦିନ ପୃଥକ ପୃଥକ ରହିବାକୁ ପଡିବ । ଏହା ପରେ ସେମାନେ ବାୟୋ ସୁରକ୍ଷିତ ପରିବେଶରେ ପ୍ରବେଶ କରିବେ ।
ତିନୋଟି ମହିଳା ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତିନୋଟି ମହିଳା ଦଳ ହେଉଛି ସୁପରନୋଭାସ୍, ଟ୍ରାଏଲବ୍ଲେଜର୍ସ ଏବଂ ଭେଲୋସିଟି । ଏହି ତିନୋଟି ଦଳର ନେତୃତ୍ୱ ତିନି ଜଣ ଭାରତୀୟ ବ୍ୟାଟ୍ସ ମ୍ୟାନ ନେବେ । ହରମାନପ୍ରୀତ କୌର ସୁପରନୋଭାସର ଅଧିନାୟକ ହେବେ। ଟ୍ରାଏଲବ୍ଲେଜର୍ସର ଅଧିନାୟକ ସ୍ମୃତି ମନ୍ଧାନ ହୋଇଥିବାବେଳେ ମିତାଲି ରାଜଙ୍କୁ ଭେଲୋସିଟି ଅଧିନାୟକ ଦାୟିତ୍ୱ ଦିଆଯାଇଛି।
ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡର ମହିଳା ଖେଳାଳି ମଧ୍ୟ ଅଂଶଗ୍ରହଣ କରିବେ। ଟି -୨୦ ଚ୍ୟାଲେଞ୍ଜରେ ୪ ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ୪ ନଭେମ୍ବରରେ ସୁପରନୋଭେଜ୍ ଏବଂ ଭେଲୋସିଟି ମଧ୍ୟରେ ହେବ । ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୫ ରେ ଭେଲୋସିଟି ଏବଂ ଟ୍ରେଲବ୍ଲେଜର ମଧ୍ୟରେ ଖେଳାଯିବ । ନଭେମ୍ବର ୭ ରେ, ଟ୍ରେଲବ୍ଲେଜର ସୁପରନୋଭାସ୍ ସହିତ ମୁହାଁମୁହିଁ ହେବେ । ଫାଇନାଲ ମ୍ୟାଚ ୯ ନଭେମ୍ବରରେ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ