Masthead

ପୁଣି ଏକ ହାତୀ ମୃତ, ଜଙ୍ଗଲ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ

ସୁବର୍ଣ୍ଣପୁର(ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଜିଲ୍ଲାର ବିନିକା ବ୍ଲକ ମହଦା ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଆଜି ସକାଳୁ ସକାଳୁ ବିନିକା ବ୍ଲକ ମହଦା ନିକଟରେ ଥିବା ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହକୁ ଗ୍ରାମବାସୀ ଦେଖିବା ପରେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀକୁ ଉଦ୍ଧାର କରିଥିଲେ ।

ବାରାହା ଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ଦନ୍ତାର ମୃତ୍ୟୁ ହୋଇଥିବା ବିନିକା ରେଞ୍ଜର କହିଛନ୍ତି । ତେବେ ବାରମ୍ବାର ସୁବର୍ଣ୍ଣପୁର ଜିଲ୍ଲାରେ ହାତୀ ମୃତ୍ୟୁ ହେଉଥିବା ବେଳେ ବେଆଇନ ଭାବେ ଜନ୍ତୁ ଶିକାର ତଥା ଜଙ୍ଗଲ ମାଫିଆମାନଙ୍କ ପାଇଁ ନିରିହ ଜନ୍ତୁମାନଙ୍କର ପ୍ରାଣହାନୀ ହେଉଛି ବୋଲି ସାଧାରଣ ଲୋକ ପ୍ରକାଶ କରୁଥିବା ବେଳେ ଜଙ୍ଗଲ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି