Masthead

ପରକୀୟ ପ୍ରୀତିରେ ମାତି ମାଆ ପୁଅଙ୍କୁ ଦେଲା ବିଷ

ପାଟନା (ବଡ଼ ଖବର ବ୍ୟୁରୋ) : ପରକୀୟା ପ୍ରୀତିର କରୁଣ ପରିଣତି କେତେ ଭୟଙ୍କର ତାହା ବିହାରର ମଧୁବନୀ ଜିଲ୍ଲାରେ ଦେଖିବାକୁ ମିଳିଛି । ପରକୀୟା ପ୍ରୀତିରେ ମାତି ଜଣେ ମହିଳା ନିଜର ପୁଅ ସମେତ ଶାଶୁଘର ଲୋକଙ୍କୁ ଚା’ରେ ବିଷ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ବିହାରର ମଧୁବନୀ ଜିଲ୍ଲା ବିସ୍ଫି ଥାନା ଅନ୍ତର୍ଗତ ସାଦୁଲ୍ଲାପୁରର ଚନ୍ଦା ଦେବୀ । ୩ପୁଅର ଜନନୀ । ସ୍ୱାମୀ ଓ ତାଙ୍କ ଭାଇମାନେ ଘରଠାରୁ ବହୁ ଦୂରରେ କାମ କରନ୍ତି । ଘରେ ଚନ୍ଦା, ତାଙ୍କର ୩ପୁଅ, ଯାଆ ସାନ୍ତେ ଓ ଶାଶୂ । ସୁବିଧା ଅସୁବିଧାରେ ପୁରୁଷ ଲୋକମାନେ ଘରକୁ ଆସନ୍ତି । କିଛି ଦିନ ରହି ପୁଣି କର୍ମକ୍ଷେତ୍ରକୁ ଚାଲିଯାଆନ୍ତି । ନିକଟରେ ସ୍ୱାମୀ ନଥିବାରୁ ଚନ୍ଦା ଘରର ସଉଦାପତ୍ର ପାଇଁ ବଜାରକୁ ଯାଆନ୍ତି । ସମୟ କ୍ରମେ ଚନ୍ଦା ଓ ଜଣେ ପରିବା ବ୍ୟବସାୟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ବ୍ୟବସାୟୀ ଜଣକ ଚନ୍ଦାଙ୍କ ନିକଟକୁ ରାତିରେ ମଧ୍ୟ ଆସନ୍ତି । ପରିବା କିଣିବା ବାହାନାରେ ଚନ୍ଦା ଦୀଘଁ ସମୟ ବଜାରେ କଟାନ୍ତି । ଚନ୍ଦାଙ୍କ ବ୍ୟବହାରରେ ବେଳକୁ ବେଳ ପରିବର୍ତ୍ତନ ଦେଖିଲେ ଶାଶୁ ଓ ଯାଆ । ସେମାନେ ଚନ୍ଦାଙ୍କୁ ବାରଣ କଲେ । ମାତ୍ର ଚନ୍ଦା ସେମାନଙ୍କ କଥା ଶୁଣିଲେ ନାହିଁ । ରବିବାର ସକାଳେ ସେ ଚା’ରେ ବିଷ ମିଶାଇ ୩ପୁଅ, ଶାଶୁ ଓ ଯାଆଙ୍କୁ ପିଇବାକୁ ଦେଇଥିଲେ । ପରେ ନିଜେ ମଧ୍ୟ ବିଷମିଶା ଚା’ ପିଇଥିଲେ ।

କିଛି ସମୟ ପରେ ସମସ୍ତଙ୍କର ବାନ୍ତି ହେବା ସହ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପୋଲିସ ସହାୟତାରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଥାଇ ଚନ୍ଦାଙ୍କ ସାନପୁଅ କିରଣ, ଶାଶୁ ଯଶୋଦା ଓ ଯାଆ ସାନ୍ତୋଷଙ୍କର ମୃତ୍ୟୁ ହୋଇଛି । ଚନ୍ଦା, ପୁଅ ଅଭିଷେ. ପ୍ରଭାତ ଜୀବନ ଓ ମୃତ୍ୟୁ ସହ ଏବେ ଡାକ୍ତରଖାନାରେ ଲଢେଇ କରୁଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ