Masthead

ଭାରତ ହାତରେ ପାକିସ୍ତାନ ବନ୍ଧୁକ

କୁପୱାରା(ବଡ଼ ଖବର ବ୍ୟୁରୋ): ଭାରତ- ପାକିସ୍ତାନ ସୀମାରେ ଲାଗିରହିଛି ଅଶାନ୍ତି । ଜାମ୍ମୁ- କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ପରେ ପାକିସ୍ତାନ ସେନା ଦ୍ୱାରା ପରିଚାଳିତ ଆତଙ୍କବାଦୀମାନେ ଅଧିକ ହିଂସ୍ର ହୋଇଉଠିଛନ୍ତି । କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍ଗବାଦୀମାନେ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି । ଯଦିଓ ଭାରତର ସୁରକ୍ଷା କର୍ମୀମାନେ ମୁହଁତୋଡ ଜବାବ ଦେଉଛନ୍ତି ତଥାପି ପାକିସ୍ତାନର ଚୈତନ୍ୟ ଉଦୟ ହେଉନାହିଁ ।
କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ପାଖକୁ ପାକିସ୍ତାନ ସେନା ଗୁପ୍ତରେ ପଠାଉଥିଲା ଅସ୍ତ୍ରଶସ୍ତ୍ର । ଉତ୍ତର କାଶ୍ମୀରର ସୀମାନ୍ତ କୁପୱାରା ଜିଲ୍ଲା ଅନ୍ତର୍ଗତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ ପାକିସ୍ତାନ ସେନାର ଉଦ୍ୟମକୁ ପଣ୍ଡ କରିଦେଇଛି ଭାରତୀୟ ସେନା । ଆତଙ୍କବାଦୀଙ୍କ ନିକଟକୁ ପଠାଯାଇଥିବା ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର କରିଛି ସେନା । ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ କୁପୱାରା ଅଞ୍ଚଳରେ ବ୍ୟାପକ ଅପରେସନ୍ ଆରମ୍ଭ କରିଛି। ଏହି ଅସ୍ତ୍ରଶସ୍ତ୍ର କାହା ପାଖକୁ ପଠାଯାଉଥିଲା ଜାଣିବାକୁ ଚେଷ୍ଟା କରୁଛି ଭାରତୀୟ ସେନା ।

ଗତ ଶୁକ୍ରବାର ରାତି ପ୍ରାୟ ୮.୩୦ ସମୟରେ କିଶାନ ଗଙ୍ଗା ନଦୀକୂଳ ନିକଟରେ ଥିବା ସେନା ନିିରୀକ୍ଷଣକାରୀ ଦଳ କିଛି ସନ୍ଦେହଜନକ କାର୍ୟ୍ୟ ଦେଖିଥିଲେ। ତିନିଜଣ ଆତଙ୍କବାଦୀ ନଦୀ ପାରହୋଇ ଏକ ଟ୍ୟୁବ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଇବାକୁ ଚେଷ୍ଟା କରୁଥିଲେ। ସେମାନେ ଅସ୍ତ୍ରଶସ୍ତ୍ରକୁ ଏକ ଟ୍ୟୁବ୍ରେ ଭର୍ତ୍ତି କରି ଆକାଶରେ ଉଡାଇବାକୁ ଉଦ୍ୟମ ଚଳାଇଥିଲେ । ଏହା ଦେଖି ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ତୁରନ୍ତ ସତର୍କ ହୋଇଯାଇଥିଲେ । ପରେ ଉଭୟଙ୍କ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା । ରାତି ପ୍ରାୟ ୧୦ ଟାରେ ଆତଙ୍କବାଦୀଙ୍କ ଯୋଜନାକୁ ବିଫଳ କରିଥିଲେ ସୁରକ୍ଷା ବାହିନୀ । ଉଦ୍ଧାର ହୋଇଥିଲା ଅନେକ ଅସ୍ତ୍ରଶସ୍ତ୍ର । ସେଥିରେ ଅଛି ୪ଟି ଏକେ ୪୭ ରାଇଫଲ, ୮ଟି ଏକେ ମାଗାଜିନ୍ ଓ ୨୪୦ ରାଉଣ୍ଡ ଗୁଳି ।
ପୂର୍ବରୁ ଉରି ସେକ୍ଟରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ପାଇଁ ଲୁଚାଯାଇଥିବା ଅସ୍ତ୍ରଶସ୍ତ୍ରକୁ ସେନା ଉଦ୍ଧାର କରିଛି। ଜାମ୍ମୁ-କାଶ୍ମୀର ପୁଲିସ ଓ ସେନାର ମିଳିତ ଅପରେସନ ଆତଙ୍କବାଦୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ନାହିଁ। ଆତଙ୍କବାଦୀଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ପାକିସ୍ତାନ ସେନା ସବୁପ୍ରକାର ଉଦ୍ୟମ ଚଳାଉଥିଲେ ମଧ୍ୟ ସଫଳ ହୋଇପାରୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ