Masthead

ଭାରତ ହାତରେ ପାକିସ୍ତାନ ବନ୍ଧୁକ

କୁପୱାରା(ବଡ଼ ଖବର ବ୍ୟୁରୋ): ଭାରତ- ପାକିସ୍ତାନ ସୀମାରେ ଲାଗିରହିଛି ଅଶାନ୍ତି । ଜାମ୍ମୁ- କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ପରେ ପାକିସ୍ତାନ ସେନା ଦ୍ୱାରା ପରିଚାଳିତ ଆତଙ୍କବାଦୀମାନେ ଅଧିକ ହିଂସ୍ର ହୋଇଉଠିଛନ୍ତି । କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍ଗବାଦୀମାନେ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି । ଯଦିଓ ଭାରତର ସୁରକ୍ଷା କର୍ମୀମାନେ ମୁହଁତୋଡ ଜବାବ ଦେଉଛନ୍ତି ତଥାପି ପାକିସ୍ତାନର ଚୈତନ୍ୟ ଉଦୟ ହେଉନାହିଁ ।
କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ପାଖକୁ ପାକିସ୍ତାନ ସେନା ଗୁପ୍ତରେ ପଠାଉଥିଲା ଅସ୍ତ୍ରଶସ୍ତ୍ର । ଉତ୍ତର କାଶ୍ମୀରର ସୀମାନ୍ତ କୁପୱାରା ଜିଲ୍ଲା ଅନ୍ତର୍ଗତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ ପାକିସ୍ତାନ ସେନାର ଉଦ୍ୟମକୁ ପଣ୍ଡ କରିଦେଇଛି ଭାରତୀୟ ସେନା । ଆତଙ୍କବାଦୀଙ୍କ ନିକଟକୁ ପଠାଯାଇଥିବା ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର କରିଛି ସେନା । ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ କୁପୱାରା ଅଞ୍ଚଳରେ ବ୍ୟାପକ ଅପରେସନ୍ ଆରମ୍ଭ କରିଛି। ଏହି ଅସ୍ତ୍ରଶସ୍ତ୍ର କାହା ପାଖକୁ ପଠାଯାଉଥିଲା ଜାଣିବାକୁ ଚେଷ୍ଟା କରୁଛି ଭାରତୀୟ ସେନା ।

ଗତ ଶୁକ୍ରବାର ରାତି ପ୍ରାୟ ୮.୩୦ ସମୟରେ କିଶାନ ଗଙ୍ଗା ନଦୀକୂଳ ନିକଟରେ ଥିବା ସେନା ନିିରୀକ୍ଷଣକାରୀ ଦଳ କିଛି ସନ୍ଦେହଜନକ କାର୍ୟ୍ୟ ଦେଖିଥିଲେ। ତିନିଜଣ ଆତଙ୍କବାଦୀ ନଦୀ ପାରହୋଇ ଏକ ଟ୍ୟୁବ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଇବାକୁ ଚେଷ୍ଟା କରୁଥିଲେ। ସେମାନେ ଅସ୍ତ୍ରଶସ୍ତ୍ରକୁ ଏକ ଟ୍ୟୁବ୍ରେ ଭର୍ତ୍ତି କରି ଆକାଶରେ ଉଡାଇବାକୁ ଉଦ୍ୟମ ଚଳାଇଥିଲେ । ଏହା ଦେଖି ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ତୁରନ୍ତ ସତର୍କ ହୋଇଯାଇଥିଲେ । ପରେ ଉଭୟଙ୍କ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା । ରାତି ପ୍ରାୟ ୧୦ ଟାରେ ଆତଙ୍କବାଦୀଙ୍କ ଯୋଜନାକୁ ବିଫଳ କରିଥିଲେ ସୁରକ୍ଷା ବାହିନୀ । ଉଦ୍ଧାର ହୋଇଥିଲା ଅନେକ ଅସ୍ତ୍ରଶସ୍ତ୍ର । ସେଥିରେ ଅଛି ୪ଟି ଏକେ ୪୭ ରାଇଫଲ, ୮ଟି ଏକେ ମାଗାଜିନ୍ ଓ ୨୪୦ ରାଉଣ୍ଡ ଗୁଳି ।
ପୂର୍ବରୁ ଉରି ସେକ୍ଟରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ପାଇଁ ଲୁଚାଯାଇଥିବା ଅସ୍ତ୍ରଶସ୍ତ୍ରକୁ ସେନା ଉଦ୍ଧାର କରିଛି। ଜାମ୍ମୁ-କାଶ୍ମୀର ପୁଲିସ ଓ ସେନାର ମିଳିତ ଅପରେସନ ଆତଙ୍କବାଦୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ନାହିଁ। ଆତଙ୍କବାଦୀଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ପାକିସ୍ତାନ ସେନା ସବୁପ୍ରକାର ଉଦ୍ୟମ ଚଳାଉଥିଲେ ମଧ୍ୟ ସଫଳ ହୋଇପାରୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ