Masthead

୧୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ୧୬ ଜଣ ପ୍ରାର୍ଥୀଙ୍କ ନାମ ବିଜେପି ଆଜି ଘୋଷଣା କରିଛି । ଶନିବାର ଅନୁଷ୍ଠିତ ଏକ ବୈ ଠକରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଆସନ ପାଇଁ ପ୍ରାର୍ଥୀମାନଙ୍କ ସମ୍ପର୍କରେ ଆଲୋଚନା କରିବା ପରେ ରବିବାର ତାଲିକା ପ୍ରକାଶ କରିଛି । ଛତିଶଗଡରେ ଗୋଟିଏ ବିଧାନସଭା ଆସନ ଏବଂ ଗୁଜୁରାଟରେ ୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ଏହା ସହ ଝାଡଖଣ୍ଡର ଦୁଇଟି ମଣିପୁରରେ ୪ ଏବଂ ଓଡିଶାର ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
ଦେଶର ୫୪ ଟି ବିଧାନସଭା ଆସନରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏହି ନିର୍ବାଚନ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଓଡିଶା, ନାଗାଲାଣ୍ଡ, କର୍ଣ୍ଣାଟକ, ଝାଡଖଣ୍ଡ, ହରିୟାଣା, ଗୁଜୁରାଟ ଏବଂ ଛତିଶଗଡରେ ଅନୁଷ୍ଠିତ ହେବ। ବିଜେପି ମାତ୍ର ୧୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଅବଶିଷ୍ଟ ୩୮ ଆସନ ପାଇଁ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଦଳର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି । ଏହି ବିଧାନସଭା ଆସନଗୁଡିକରେ ନଭେମ୍ବର ୩ ରେ ଭୋଟ୍ ଗ୍ରହଣ କରାଯିବ । ନଭେମ୍ବର ୧୦ ରେ ପ୍ରକାଶ ପାଇବ ଫଳାଫଳ । ବିହାର ବିଧାନସଭା ଲାଗି ବିଜେପି ପ୍ରଥମ ପର୍ଯ୍ୟାୟରେ ୪୬ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଠାରେ ୩ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଦଳୀୟ ପ୍ରାର୍ଥୀଙ୍କ ଲାଗି ବିଜେପି କେନ୍ଦ୍ରୀୟ ସଂଗଠନ ଷ୍ଟାର ପ୍ରଚାରଙ୍କ ନାମ ଘୋଷଣା କରିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଆସୁନାହାନ୍ତି ଡ଼ାକ୍ତର, ଫାର୍ମାସିଷ୍ଟ ଲେଖୁଛନ୍ତି ପ୍ରେସ୍କିପସନ୍ 🔴 ଜଗନ୍ନାଥ ବନପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି