ଭଟିଣ୍ଡ। ମିଲିଟାରୀ ଷ୍ଟେସନରେ ଗୁଳିମାଡ଼, ୪ ମୃତ

ପଞ୍ଜାବ (ବଡ଼ ଖବର ବ୍ୟୁରୋ):  ପଞ୍ଜାବ ଭଟିଣ୍ଡ। ମିଲିଟାରୀ ଷ୍ଟେସନରେ ଗୁଳିମାଡ଼, ୪ ମୃତ । ଭୋର ୪.୩୫ ରେ ଘଟିଛି ଗୁଳିକାଣ୍ଡ । ଗୁଳିକାଣ୍ଡ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । କ୍ୟାଣ୍ଟେନମେଣ୍ଟ ଏରିଆକୁ ସିଲ କରି ଦିଆଯାଇଛି। ଛାଓ୍ବନିରେ ଏହି ଘଟଣା ପରେ କାହାକୁ ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାଣ୍ଟରେ ଫାୟରିଂ ହୋଇଛି ଓ ଏଥିରେ ୪ ଜଣ ଯବାନ ଶହୀଦ ହୋଇଛନ୍ତି। ସେନାର ଦକ୍ଷିଣ ପଶ୍ଚିମ କମାଣ୍ଡ ଏକ ବୟାନ ଜାରି କରି କହିଛନ୍ତି, ବଠିଣ୍ଡା ମିଲିଟ୍ରି ଷ୍ଟେସନ ଭିତରେ ବୁଧବାର ସକାଳେ ପ୍ରାୟ ୪ଟା ୩୫ରେ ଫାୟରିଂ ଘଟଣାରେ ଅତିକମରେ ୪ଜଣଙ୍କ ମୃତ୍ୟୁ ହୋଇଛି।

ଷ୍ଟେସନର କ୍ୱିକ ରିଆକ୍ସନ ଟିମକୁ ସକ୍ରିୟ କରି ଦିଆଯାଇଛି। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସିଲ କରି ଦିଆଯିବା ସହ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେନା ପଞ୍ଜାବ ପୋଲିସର ଜଣେ ବଡ ଅଧିକାରୀଙ୍କୁ କହିଛନ୍ତି, କି ଏହା ଆତଙ୍କବାଦୀ ଘଟଣା ନୁହେଁ। ଫାୟରିଂ ୮୦ ମିଡିୟମ ରେଜିମେଣ୍ଟ ଆର୍ଟିଲରି ଅଫିସର୍ସ ମେସରେ ହୋଇଛି। କିଛିଦିନ ପୂର୍ବରୁ ୟୁନିଟର ଗାର୍ଡ ରୁମରେ ଏକ ଆସଲ୍ଟ ରାଇଫଲ ହଜି ଯାଇଥିଲା। ଲାଗୁଛି ସେହିଥିରେ ଏହି ଫାୟରିଂ ହୋଇଛି। ସେପଟେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରି ପଚରା ଉଚରା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ