ଡେଲ୍ଟା ଭାରିଏଣ୍ଟକୁ ନେଇ ହୁ’ ର ସତର୍କ ଘଣ୍ଟି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଡେଲ୍ଟା ଭାରିଏଣ୍ଟକୁ ନେଇ ହୁ’ ର ସତର୍କ ସୂଚନା । । ଡେଲ୍ଟା ଭାରିଏଣ୍ଟ ଏବେ ୟୁରୋପରେ ସଂକ୍ରମଣ ବ୍ୟାପିବାର ମୁଖ୍ୟ କାରଣ ବୋଲି ‘ହୁ’ ସହ ଇସିଡିସି କହିଛି। କରୋନାର ସବୁ ଭାରିଏଣ୍ଟ ତୁଳନାରେ ଡେଲ୍ଟା ଏବେ ପ୍ରମୁଖ ଭାରିଏଣ୍ଟ । ଏହାକୁ ରୋକିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ପରାମର୍ଶ ବି ଦିଆଯାଇଛି। ପୂର୍ବରୁ ଡେଲ୍ଟା ଭାରିଏଣ୍ଟ ସମସ୍ତ ୟୁରୋପୀୟ ଦେଶରେ ନିଜର ପ୍ରଭାବ ବିସ୍ତାର କରି ସଂକ୍ରମଣ ବୃଦ୍ଧି କରୁଥିବା ବିଶେଷଜ୍ଞମାନେ କହିଥିଲେ। ଏହି ଭାରିଏଣ୍ଟ କ୍ଷୀପ୍ର ଗତିରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚିଥାଏ।

ସେହିପରି ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ମଧ୍ୟ ବଢ଼ି ଯାଏ। ୟୁରୋପୀୟ ଦେଶ ପାଇଁ କାମ କରୁଥିବା ହୁ’ର ଆଞ୍ଚଳିକ ଅଫିସ ପକ୍ଷରୁ କୁହାଯାଇଛି ଯେ ଆମେ ଜୁନ୍‌ ୨୮ରୁ ଜୁଲାଇ ୧୧ ମଧ୍ୟରେ ସଂକ୍ରମଣ ତଥ୍ୟ ସଂଗ୍ରହ କରିଥିଲୁ। ୨୮ଟି ୟୁରୋପୀୟ ଦେଶ ମଧ୍ୟରୁ ୧୯ଟି ରାଷ୍ଟ୍ରରେ ସାର୍ସ କୋଭ-୨ର ଡେଲ୍ଟା ଭାରିଏଣ୍ଟ ସଂକ୍ରମଣର ପ୍ରମୁଖ କାରଣ ବନିଛି। ଜେନୋମ ସିକ୍ୱେନ୍ସିଂ ଜରିଆରେ ଏହି ତଥ୍ୟ ମିଳିଛି।

ଏହି ୧୯ଟି ଦେଶରେ ଡେଲ୍ଟା ଭାରିଏଣ୍ଟ ୬୮.୩% ନମୁନାରୁ ଠାବ ହୋଇଛି। ସେହିପରି ପୂର୍ବରୁ ଏଠାରେ ପ୍ରଭାବ ବିସ୍ତାର କରିଥିବା ଆଲଫା ଭାରିଏଣ୍ଟ ୨୨.୩%ଟି ନମୁନାରୁ ଚିହ୍ନଟ ହୋଇଛି। ଏହାର ଅର୍ଥ ୟୁରୋପୀୟ ଦେଶରେ ଆଲଫା ଭାରିଏଣ୍ଟକୁ ଡେଲ୍ଟା ପଛରେ ପକାଇ ପ୍ରମୁଖ ସ୍ଥାନ ଅଧିକାର କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’