Masthead

ହନୁମାନ ଚାଳିଶାରେ ସଂଶୋଧନ ପାଇଁ କହିଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କୁହାଯାଏ ଯେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜୀବନରେ ଆସୁଥିବା ଘାତ ପ୍ରତିଘାତ ସବୁ ଦୂର ହୋଇଥାଏ । ବହୁ ଲୋକେ ବଜରଙ୍ଗବଲିଙ୍କୁ ପ୍ରସନ୍ନ କରିବା ଲାଗି ହନୁମାନ ଚାଳିଶା ପାଠ କରିଥାଆନ୍ତି । ବିଶ୍ୱାସ ରହିଛି, ହନୁମାନ ଚାଳିଶା ପାଠ କଲେ ପବନ ପୁତ୍ର ପ୍ରସନ୍ନ ହେବା ସହ ଭକ୍ତଙ୍କ ମନୋକାମନା ପୂର୍ଣ୍ଣ କରିଥାଆନ୍ତି । କିନ୍ତୁ ନିକଟରେ ତୁଳସୀ ପୀଠାଧିଶ୍ୱର ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ହନୁମାନ ଚାଳିଶାର କିଛି ଚୌପାଇକୁ ଭୁଲ ବୋଲି କହିଛନ୍ତି । ଯାହା ଭକ୍ତମାନେ ସଠିକ୍ ଭାବରେ ଉଚ୍ଚାରଣ କରିବା ଉଚିତ୍। ରାମଭଦ୍ରାଚାର୍ଯ୍ୟଙ୍କ ଏହି ବିବୃତ୍ତିକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି।

  ହନୁମାନ ଚାଳିଶାର ଚୌପାଇରେ ଲେଖାଯାଇଥିବା ଭୁଲକୁ ତୁରନ୍ତ ସଂଶୋଧନ କରିବା ଉଚିତ୍ ବୋଲି ରାମଭଦ୍ରାଚାର୍ଯ୍ୟ କହିଛନ୍ତି । ହନୁମାନ ଚାଳିଶାର ୪ଟି ସ୍ଥାନରେ ତ୍ରୁଟି ରହିଥିବା ସେ ଦର୍ଶାଇଛନ୍ତି । ହନୁମାନ ଚାଲିଶାରେ “ଶଙ୍କର ସୁଓ୍ୱନ କେଶରୀ ନନ୍ଦନ” ରେ ସ୍ୱୟଂ ବଦଳରେ ସୁଓ୍ୱନ ଲେଖାଯାଇଛି । ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ, ବଜରଙ୍ଗବଲୀ ମହାଦେବଙ୍କର ପୁତ୍ର ନୁହଁନ୍ତି, ସେ ନିଜେ ଶିବଙ୍କର ଅବତାର । ସେ ଆହୁରି ମଧ୍ୟ କହିଛନ୍ତି ହନୁମାନ ଚାଳିଶାର ୨୭ ତମ ଚୌପାଇରେ ମଧ୍ୟ ଭୁଲ ଲେଖାଯାଇଛି ।

ଏହି ଚୌପାଇରେ ” ସବ ପର ରାମ ତାପସ୍ୱୀ ରାଜା” ଲେଖାଯାଇଛି, ଯାହା ଭୁଲ ଅଟେ । ଏହା ପ୍ରକୃତରେ “ସବ ପର ରାମ ରାଜସିର ତାଜା” ସଠିକ୍ ଅଟେ । ୩୨ ତମ ଚୌପାଇରେ ଲେଖାଯାଇଛି, ‘ରାମ ରସାୟନ ତୁମରେ ପାସା’, ‘ସଦା ରହୋ ରଘୁବର କେ ଦାସା’ । ଏଥିରେ ମଧ ତ୍ରୁଟି ରହିଛି । ଏହା ‘ସାଦର ରହୋ ରଘୁପତି କେ ଦାସା’ ବୋଲି ସେ କହିଛନ୍ତି । ଶେଷରେ ୩୮ତମ ଚୌପାଇରେ ମଧ୍ୟ ତ୍ରୁଟି ରହିଛି । ଏହି ଚୌପାଇରେ ଲେଖାଯାଇଛି ‘ଜୋ ଶତ ବାର ପାଠ କରେ କୋଇ’, ଏହା ମଧ୍ୟ ଭୁଲ ବୋଲି ରାମଭଦ୍ରାଚାର୍ଯ୍ୟ କହିଛନ୍ତି । ଏହା ପ୍ରକୃତରେ ‘ୟହ ଶତ ବାର ପାଠ କର ଜୋହି’ ହେବା ଉଚିତ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍