Masthead

ନକଲି ସାର୍ଟିଫିକେଟ କାରବାର, ରାୟଗଡ଼ାରୁ ଆସିଲା ଆଉ ଏକ ଅଭିଯୋଗ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ରାୟଗଡ଼ା ପର୍ଯ୍ୟନ୍ତ ଲମ୍ବିଛି ନକଲି ସାର୍ଟିଫିକେଟ କାରବାର । ବଲାଙ୍ଗୀର ପରେ ରାୟଗଡ଼ା ଡାକ ବିଭାଗରେ ମଧ୍ୟ ଉତ୍ତରପ୍ରଦେଶରୁ ଆସିଥିବା ନକଲି ସାର୍ଟିଫିକେଟ ଦେଇ ପ୍ରାର୍ଥୀ ପୋଷ୍ଟମାଷ୍ଟର ପଦ ପାଇଁ ଆବେଦନ କରିଛନ୍ତି। ଡିଜି ଲକର ଓ ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଆବେଦନକାରୀ ରବି ହିଆଲଙ୍କ ପ୍ରମାଣ ପତ୍ରର କୌଣସି ସ୍ପଷ୍ଟତା ନମିଳିବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ରବି ହିଆଲ ପୋଷ୍ଟମାଷ୍ଟର ପଦ ପାଇଁ ଆବେଦନ କରିଥିଲେ।

୨୦୧୧ ମସିହାରେ ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ହୋଇଥିବା ହାଇସ୍କୁଲ ପରୀକ୍ଷାରେ ସେ ପାସ କରିଥିଲେ। ସବୁଠାରୁ ଆଶ୍ଚର୍ୟ୍ୟର କଥା ହିନ୍ଦୀ ଇଂରାଜୀ ବିଜ୍ଞାନ ସାମାଜିକ ବିଜ୍ଞାନ ଓ ସାହିତ୍ୟରେ ୧୦୦ରୁ ୯୯ ମାର୍କ ରଖିଥିବା ବେଳେ ଗଣିତରେ ୯୮ ମାର୍କରଖି ପାସ କରିଛନ୍ତି। ଏତେ ଉଚ୍ଚ ନମ୍ବର ରଖି ପାସ କରିବା ସତ୍ତ୍ୱେ ସେ ଆଗକୁ ପଢିନଥିଲେ । ଏବଂ ୧୦ ବର୍ଷ ପରେ ବେସରକାରୀ ଇଂଜିନିୟରିଂ କଲେଜରେ ବିଟେକ କରୁଥିବା କହିଛନ୍ତି । ସନେ୍ଦହ ହେବାରୁ ଡାକ ଅଧିକ୍ଷକ ରବି ହିଆଲଙ୍କ ପ୍ରମାଣ ପତ୍ର ଯାଞ୍ଚ କରିଥିଲେ । ଏବଂ ପୋଲିସକୁ ସୂଚନା ଦିଆଯାଇଥିବା କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..