Masthead

ଡି.କେ ଶିବକୁମାରଙ୍କ ଭାଇ ଡି. କେ ସୁରେଶ ଦେଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) କର୍ଣ୍ଣାଟକରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ଥିର ହୋଇପାରି ନାହିଁ । ଏନେଇ ଆଜି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଶନିବାର କଂଗ୍ରେସ ହାସଲ କରିଥିବା ବୃହତ ବିଜୟ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ହାଇକମାଣ୍ଡ ନିଷ୍ପତ୍ତି ଘୋଷଣା କରିନାହାନ୍ତି । କର୍ଣ୍ଣାଟକ କଂଗ୍ରେସ ସଭାପତି ଥିବା ବରିଷ୍ଠ ନେତା ଡିକେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ।ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ଗତକାଲି ତାଙ୍କ ଗସ୍ତ ବାତିଲ ପରେ କେପିସିସି ମୁଖ୍ୟ ଡି.କେ ଶିବକୁମାର ଆଜି ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଛନ୍ତି ।କଂଗ୍ରେସର ବିଜୟ ପରେ ନେତାମାନେ କର୍ଣ୍ଣାଟକର ପରବର୍ତ୍ତୀ ସିଏମ୍ ଚୟନ ଦାୟିତ୍ୱକୁ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ । ୟୁପିଏ ଅଧକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ ପରାମର୍ଶ କରିବା ଏବଂ ଗତକାଲି ଦାଖଲ ହୋଇଥିବା କଂଗ୍ରେସ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ମାଧ୍ୟମରେ ଖଡଗେ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏ ନେଇ ସେ ଆଜି ଏକ ନାମ ଘୋଷଣା କରିବାର ସୂଚନା ରହିଛି ।

କର୍ଣ୍ଣାଟକରେ ହୋଇଥିବା ନିର୍ବାଚନରେ କଂଗ୍ରେସ ଦଳ ୧୩୫ ଟି ସିଟ ହାସଲ କରି ଏକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି । ଭାରତୀୟ ଜନତା ପାର୍ଟି ୬୬ଟି ସିଟ ଜିତିଥିବା ବେଳେ ଜନତା ଦଳ ଏସ ୧୯ ଟି ସିଟ ପାଇବାରେ ସଫଳ ହୋଇଥିଲା ।କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଭାଇ ଡି.କେ ସୁରେଶ ମଙ୍ଗଳବାର କହିଛନ୍ତି କର୍ଣ୍ଣାଟକର ପରବର୍ତ୍ତୀ ସିଏମ କିଏ ହେବେ ସେନେଇ ଚୂଡାନ୍ତ ନିଷ୍ପତ୍ତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀଙ୍କ ଉପରେ ରହିଛି । ଡି.କେ ଶିବକୁମାର ଓ ଅନ୍ୟ ନେତାମାନେ ଏକାଠି ବସି ଆଲୋଚନା କରିବେ ବୋଲି ସେ କହିଛନ୍ତି ।କଂଗ୍ରେସ ସମସ୍ତଙ୍କ ପାଇଁ ପରିବାର ବୋଲି ଦିଲ୍ଲୀ ଯିବା ପୂର୍ବରୁ ଡି.କେ ଶିବକୁମାର କହିଛନ୍ତି ।କର୍ଣ୍ଣାଟକ ଏହାର ପରବର୍ତ୍ତୀ ସିଏମ୍ ଉପରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତିକୁ ଅପେକ୍ଷା କରିଥିବା ବେଳେ ଦିଲ୍ଲୀରେ ଆଲୋଚନା କରିବାକୁ ଆଜି ଯାଇଛନ୍ତି ଡି.କେ ଶିବକୁମାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା