ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରସଙ୍ଗରେ ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ଏଇଟା ଗୋଟେ ସେନସିଟିଭ ମ୍ୟାଟର । ସତ ସାମ୍ନାକୁ ଆସିଛି । ଆଇନ ଅନୁଯାୟୀ ଯାହା ହେବା କଥା ହେବ । ମହିଳା କଣ ଅଭିଯୋଗ କରିଛନ୍ତି ସେ ଦିଗରେ ପୋଲିସ ତଦନ୍ତ କରୁଛି । ଦଳ ତ କାହାକୁ କହିନି ଖରାପ ବ୍ୟବହାର କରବା ପାଇଁ ।
କାହା ମନରେ କଣ ଆଘାତ ହୋଇଛି । ସେ ବି ତ ମିଡ଼ିଆରେ କହୁଛନ୍ତି ମୁଁ ଦଳର ଜଣେ ନେତ୍ରୀ ତେଣୁ କଣ ହୋଇଥିବ, ସେ କଣ ଅଭିଯୋଗ ଦେଇଛନ୍ତି ଯିଏ ଦେଇଛନ୍ତି ସେ ହିଁ କହି ପାରିବେ । ଯଦି ସେ କହିଛନ୍ତି ତେବେ ଆଇନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ହେବ । ଯାହା ରିଭିଲ କରିବ ଫ୍ୟାକ୍ଟ ।