Masthead

ୟୁକ୍ରେନ୍‌ ଯୁଦ୍ଧରେ ଏବେ ଚୀନ୍‌ ଅସ୍ତ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ୟୁକ୍ରେନ୍‌ରେ ବାଖମୁଟ ପାଇଁ ଚାଲିଛି ଜୋରଦାର ଲଢ଼େଇ । ୟୁକ୍ରେନ୍‌କୁ ବାହାରୁ ଅସ୍ତ୍ର ଯୋଗାଣକୁ ବାଧା ଦେବା ପାଇଁ ରୁଷ୍ ସେନା ଚେଷ୍ଟା କରୁଛି। ଏହା ସତ୍ତ୍ୱେ ଆସିଛି ଆଉ ଏକ ଖବର । ୟୁକ୍ରେନ୍‌ ଯୁଦ୍ଧରେ ଏବେ ଚୀନ୍‌ ଅସ୍ତ୍ର ଚର୍ଚ୍ଚାରେ ରହିଛି। ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କ କହିବା ଅନୁସାରେ ରୁଷ୍ ଦ୍ବାରା ବ୍ୟବହୃତ ଅସ୍ତ୍ରଶସ୍ତ୍ରରେ ଚୀନ୍ ଯନ୍ତ୍ରାଂଶ ଦେଖିବାକୁ ମିଳୁଛି। କଟକଣା ଯୋଗୁ ରୁଷ୍ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ଯନ୍ତ୍ରାଂଶ ମଗାଇ ପାରୁ ନ ଥିବାରୁ ଏହା ଚୀନ୍ ଉପରେ ନିର୍ଭର କରୁଥିବା ଏବଂ ଚୀନ୍ ଯନ୍ତ୍ରାଂଶ ଯୋଗାଉଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି।

ସେପଟେ ୟୁକ୍ରେନ୍‌ ପ୍ରତିରୋଧ ଅବ୍ୟାହତ ରଖିଥିବା ବେଳେ ରୁଷ୍ ଜବରଦଖଲ କରିଥିବା କ୍ରିମିଆ ମାଟିରୁ ବି ହଟିଯିବା ପାଇଁ ଦାବି କରୁଛି। ରୁଷ୍‌ର ଘରୋଇ ସାମରିକ ଠିକାଦାର ୱାଗନର ଗ୍ରୁପ୍ ବାଖମୁଟକୁ ଦଖଲ କରିବା ପାଇଁ ଅଭିଯାନର ନେତୃତ୍ବ ନେଉଥିବା ବେଳେ ଏବେ ରୁଷ୍‌ର ପାରମ୍ପରିକ ସେନା ମଧ୍ୟ ଏଥିରେ ସାମିଲ ହୋଇଯାଇଛି। ଫଳରେ ଯୁଦ୍ଧ ଅଧିକ ଭୟଙ୍କର ହୋଇଛି ଏବଂ ଉଭୟ ପକ୍ଷରୁ ମୃତାହତ ସଂଖ୍ୟା ବୃଦ୍ଧି ପାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼