Masthead

ବଜାର ନାମକରଣକୁ ନେଇ ଉତ୍ତେଜନା

ଆନନ୍ଦପୁର (ବଡ଼ ଖବର ବ୍ୟୁରୋ):  ବଜାର ନାମକରଣକୁ ନେଇ ଉତ୍ତେଜନା । କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ଓରାଳି ଛକରେ ସୀମା ବିବାଦକୁ ନେଇ ଓରାଳି ଓ ଆପଣ୍ଡା ଗାଁରେ ସଂଘର୍ଷ । ୧୦ରୁ ଅଧିକ ଆହତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର – ଭଦ୍ରକ ରାସ୍ତାର ଓରାଳି ଛକକୁ ନେଇ ଓରାଳି ଓ ଭଦ୍ରକ ଜିଲ୍ଲା ଆପଣ୍ଡା ମଧ୍ୟରେ ବିବାଦ ଦେଖା ଦେଇଛି । କେଉଁ କାଳରୁ ଏହି ଛକଟି ଓରାଳି ଛକ ନାମରେ ନାମକରଣ ହୋଇଥିଲା । ଏବେ ଭଦ୍ରକ ଜିଲ୍ଲାର ଆପଣ୍ଡା ଗ୍ରାମର ଲୋକମାନେ ଏହାକୁ ଆପଣ୍ଡା ଛକ ଭାବରେ ନାମକରଣ କରାଯିବାକୁ ଦାବି କରି ଆସୁଥିଲେ ।

ଯାହାକୁ ନେଇ ଉଭୟ ଗ୍ରାମରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆପଣ୍ଡା ଗ୍ରାମ ପକ୍ଷରୁ ସେହି ଛକରେ ଆପଣ୍ଡା ଛକ ଲେଖାଥିବା ସୂଚନା ଫଳକ ଲଗାଉଥିବାବେଳେ ଏହାକୁ ଓରାଳି ଗ୍ରାମର କିଛି ଲୋକ ଆସି ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ରାତି ୮ଟା ପରେ ଆପଣ୍ଡା ଗ୍ରାମର ଶତାଧିକଲୋକ ପହଞ୍ଚି ସେଠାରେ ଥିବା ଓରାଳି ଲୋକଙ୍କ ଉପରକୁ ଟେକା ପଥର ପୋପାଡିବା ସହିତ ୧୦ରୁ ଉର୍ଦ୍ଧ୍ବ ଦୋକାନ ଭଙ୍ଗାରୁଜା ହେବା ସହିତ ନିଆଁ ଲଗାଇ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ