Masthead

ଅଜଣା ରୋଗରେ ମୂଷା

ସୁକିନ୍ଦା, (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତର ଗନ୍ଦାପାଳ ଗାଁର ମୂଷା ବାରିକ । ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେ । ଘରର ଏକମାତ୍ର ରୋଜଗାରିଆ ଲୋକ ଶଯ୍ୟାଶାୟୀ ହେବାପରେ ପରିବାର ଅଚଳ ହୋଇପଡିଛି । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ଅପେକ୍ଷାରେ ମୂଷା ।

ମୂଷାଙ୍କ ପରିବାର କହିଲେ ସ୍ତ୍ରୀ, ଦୁଇପୁଅ ଓ ଝିଅ । ମୂଷା ଶଯ୍ୟାଶାୟୀ ହେବା ପରେ ପରହାତ ଟେକାକୁ ଚାହିଁ ରହୁଛି ପରିବାର । ତାଙ୍କ ସ୍ତ୍ରୀ ଗାଁ ଗାଁ ବୁଲି ଚାଉଳ ମାଗୁଛନ୍ତି । ଯାହା ମିଳୁଛି ସେତିକିରେ ଭରୁଛି ୫ପ୍ରାଣୀଙ୍କ ପେଟ । ଟଙ୍କା ଆସିବ କେଉଁଠୁ ଯେ ଡାକ୍ତର ଦେଖାଇବେ । ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ ସୁଦ୍ଧା ସୁଫଳ ମିଳିନାହିଁ । ଏହି ଖବର ‘ବଡ଼ ଖବର’ ପ୍ରତିନିଧିଙ୍କ ପାଖରେ ପହଞ୍ଚିବା ପରେ ମୂଷାଙ୍କୁ ସୁକିନ୍ଦା ବିଡିଓଙ୍କ ନିକଟକୁ ନେଇଥିଲେ । ମୂଷାଙ୍କୁ ସରକାରୀ ସହାୟତା ଯୋଗଇ ଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ବିଡିଓ କେବେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରୁଛନ୍ତି ‘ବଡ଼ ଖବର’ର ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା