Masthead

ପୋଡ଼ିଦେଲେ ଲକ୍ଷାଧିକ ଟଙ୍କାର ମେଡିସିନ

ବସ୍ତା(ବଡ଼ ଖବର ବ୍ୟୁରୋ): ପୋଡ଼ିଦେଲେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ । ସରକାରୀ ରୋଗୀ ମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ମେଡିସିନ ଡାକ୍ତରଖାନାରେ ମହଜୁଦ ରଖାଯାଉଛି । ମାତ୍ର ଡାକ୍ତରଖାନାର କିଛି ଅସାଧୁ କର୍ମଚାରୀ ଏହାକୁ ରୋଗୀ ମାନଙ୍କୁ ବିତରଣ ନକରି ରାତି ଅଧିଆ ସର୍ବସାଧାରଣ ସ୍ଥାନରେ ପୋଡ଼ି ଦେଉଥିବା ନଜରକୁ ଆସିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିଛି ଦୂରରେ ମେଡିସିନ ପୋଡ଼ି ଦିଆଯାଇଥିବା ଦେଖିବାକୁ ମିଳିଛି। ସେଥିରେ ବହୁ ଦାମି ଔଷଧ,କଫ ସିରାଫ , ଆଣ୍ଟିବାୟୋଟିକ ମେଡିସିନ,ଓଆରଏସ ପ୍ରଭୃତି ରହିଥିବା ଦେଖିବାକୁ ମିଳିଛି ।

ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବାର ଅନୁମାନ କରାଯାଉଛି। ତେବେ କିଏ କାହିଁକି ଏଠାରେ ମେଡିସିନ ପୋଡ଼ି ଥିଲା ଜଣା ପଡ଼ିନାହିଁ। ଖବର ପାଇବା ପରେ କିଛି ଡାକ୍ତରଖାନା କର୍ମଚାରୀ ପୋଡ଼ା ମେଡିସିନ ଗୁଡିକୁ ନେଇ ଯାଇଥିଲେ। ବର୍ତ୍ତମାନ ପ୍ରବଳ ଗରମ ସାଙ୍ଗକୁ ପାଗର ପରିବର୍ତ୍ତନ ହେଉଥିବାରୁ ଥଣ୍ଡା ଜ୍ୱର ଭଳି ବିଭିନ୍ନ ପ୍ରକାରର ରୋଗ ହେଉଛି । ଏହା ସହିତ ଗରମ ଯୋଗୁଁ ଦେହର ଜଳିୟ ଅଂଶ କମୁଥିବା ରୁ ଡାକ୍ତର ଓଆରଏସ ପିଇବା ପାଇଁ ପରାମର୍ଶ ଦେଉଛନ୍ତି। କିନ୍ତୁ ଏହି ଓଆରଏସ ଏବଂ ଥଣ୍ଡା ଜ୍ୱର ଭଳି ମେଡିସିନ ଡାକ୍ତରଖାନାରେ ମିଳୁନାହିଁ କିନ୍ତୁ ମେଡିସିନ ଏଣେତେଣେ ପୋଡ଼ା ଯାଉଛି । ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି ବାଲେଶ୍ଵର ଜିଲ୍ଲା ମେଡ଼ିକାଲ ଅଫିସର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ