Masthead

ରାଜ୍ୟସ୍ତରୀୟ ସ୍ମୃତିଚାରଣ ସଭା ଅନୁଷ୍ଠିତ

କଟକ,(ବଡ଼ ଖବର ବ୍ୟୁରୋ): ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ କାର୍ୟ୍ୟାଳୟରେ ରାଜ୍ୟସ୍ତରୀୟ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ । ଆଜି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ କାର୍ୟ୍ୟାଳୟ ପରିସର କଟକ ଖପୁରିଆ ଠାରେ ଏହି ରାଜ୍ୟସ୍ତରୀୟ ସ୍ମୃତିଚାରଣ ସଭା ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସଂଘର ସଭାପତି ଉପେନ୍ଦ୍ର ନାଥ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଘର ମୁଖ୍ୟ ଉପଦେଷ୍ଟା ମାନ୍ୟବର ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଟାଙ୍ଗୀ-ସାଲେପୁର ପ୍ରଶାନ୍ତ ବେହେରା ସମେତ ସଂଘର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ପ୍ରାରମ୍ଭରେ ପିପିଲି ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀ, କଟକ ଜିଲ୍ଲା ସଂଘ ପୂର୍ବତନ ସମ୍ପାଦକ ସ୍ୱର୍ଗତ ଫକିର ଚରଣ ପରିଜା, ପୁରୀ ଜିଲ୍ଲାର ପ୍ରାଣୀଧନ ନିରୀକ୍ଷକ ସ୍ୱର୍ଗତ ବିଶ୍ପମୋହନ ବେହେରା, କଟକ ଜିଲ୍ଲାର ପୂର୍ବତନ ଭି.ଟି ସ୍ୱର୍ଗତ ସନ୍ତୋଷ ଯେଠୀ, ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଭି.ଟି ସ୍ୱର୍ଗତ ବିଚିତ୍ର ନାୟକ, ଗଞ୍ଜାମ ଜିଲ୍ଲାର ପୂର୍ବତନ ପ୍ରାଣୀଧନ ନିରୀକ୍ଷକ ସ୍ୱର୍ଗତ ଆର୍ ଦୁର୍ଜ୍ୟୋଧନ ଦିବଙ୍ଗତଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ କରୋନା ଯୋଦ୍ଧା ଓ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ମୃତିରେ ଏକ ପତ୍ରିକା ଉନ୍ମୋଚନ କରାଯାଇଥିଲା । ପରିଶେଷରେ କଟକ ଜିଲ୍ଲା ସଂଘ ସଭାପତି ରୁନ୍ଦ୍ର କୁମାର ସାହୁ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି