Masthead

ଯେବେ ଆତିକ୍ ଭୋଟ୍ ବଞ୍ଚାଇଥିଲା ଅଣୁଚୁକ୍ତି, ଆଶ୍ୱସ୍ତ ହୋଇଥିଲା ୟୁପିଏ ସରକାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆତିକର ହତ୍ୟା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । କେମିତି ଆମ ରାଜନେତାମାନେ ଅପରାଧୀକ ସାମ୍ରାଜ୍ୟ କରିଥାନ୍ତି, ତାହାର ବଡ଼ ଉଦାହରଣ ଆତିକ୍ ଅହମ୍ମଦ । ପାଞ୍ଚ ପାଞ୍ଚ ଥର ବିଧାୟକ ସହ ୨୦୦୪ରୁ ୨୦୦୯ ଉପା ସରକାର ସମୟରେ ସାଂସଦ ବି ଥିଲା ଆତିକ । ସେତେବେଳେ ନିଜ ଅପରାଧ ପାଇଁ ତାକୁ ଜେଲ ଯିବାକୁ ହୋଇଥିଲା । ତେବେ ୨୦୦୮ରେ କ୍ଷମତା ରାଜନୀତିରେ ବଡ ହଲଚଲ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଆମେରିକା ସହ ଅଣୁଚୁକ୍ତି କରିବାକୁ ଅଂଟା ଭିଡିଥିଲେ । କିନ୍ତୁ ଏହା ଉପା ମେଂଟର ଅନ୍ୟ ସହଯୋଗୀ ଦଳଙ୍କ ମଧ୍ୟରେ ଅସହମତି ତିଆରି କରିଥିଲା । ବିଶେଷକରି ବାମପନ୍ଥୀ ଦଳଗୁଡିକ ଏହାର ତୀବ୍ର ବିରୋଧୀ କରିଥିଲେ ।

ଖାଲି ବିରୋଧ କରି ନ ଥିଲେ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ଫଳରେ ସଂକଟରେ ପଡିଯାଇଥିଲା ସରକାରଙ୍କ ସଂଖ୍ୟା ଗରିଷ୍ଠତା । ଠିକ୍ ଏତିକିବେଳେ ଉପାକୁ ସମର୍ଥନ ଦେଇଥିଲା ସମାଜବାଦୀ ପାର୍ଟି । ଆଣବିକ ଚୁକ୍ତିକୁ ନେଇ ସଂସଦରେ ଭୋଟ୍ ନିଷ୍ପତ୍ତି ହେଲା । ଯାହା ପରୋକ୍ଷରେ ସରକାରଙ୍କୁ ସଂଖ୍ୟା ପ୍ରମାଣ ଦେବା ଭଳି ସ୍ଥିତି ସୃଷ୍ଟି କରିଥିଲା । ଶାସକ ଓ ବିରୋଧୀଙ୍କ ମଧ୍ୟରେ ସଂଖ୍ୟାଖେଳ ଜୋରଦାର ହୋଇଥିଲା । ଏହାରି ଭିତରେ ସେ ସମୟରେ ଜେଲରେ ଥିବା ସାଂସଦଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ହୋଇଥିଲା । ସେହି ସାଂସଦମାନଙ୍କୁ ସ୍ୱତନ୍ତ୍ର ଅନୁମତି ବଳରେ ଜେଲରୁ ଆଣି ଭୋଟ୍ ଦେବାର ସୁଯୋଗ ଦିଆଯାଇଥିଲା । ସେଥିରେ ଆତିକ୍ ଅହମ୍ମଦ ବି ସାମିଲ ଥିଲା । ଆତିକ୍ ଆମେରିକା ସହ ଭାରତର ଅଣୁଚୁକ୍ତି ସପକ୍ଷରେ ମତଦାନ କରିଥିଲା । ଯାହା ସେ ସମୟରେ ସରକାରଙ୍କୁ ସହାୟ ହୋଇଥିଲା । ଅଣୁଚୁକ୍ତି ରକ୍ଷା ପାଇଥିଲା, ସରକାର ବି ରକ୍ଷା ପାଇଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା